ଅଭୁଲା ପ୍ରେମ
ଅଭୁଲା ପ୍ରେମ
ଯେତେ ରାଗିବାର ଅଛି
ରାଗିଯାଅ ଏବେ
ମୁଁ ଜମା ରାଗିବିନି
ତୁମ ଉପରେ କେବେ ।
ସୁଖ ଭାବି ସହିଯିବି
ସବୁ ଯନ୍ତ୍ରଣାକୁ
ମନ ଭରି ଦୁଃଖ ଦିଅ
ପିଇଯିବି ଲୁହକୁ ।
ମୃତ୍ୟୁ ପରେ କାନ୍ଦିବନି
ମୋ ମୁଣ୍ଡେ ହାତ ରଖି
ତୁମ ଲୁହାଭିଜା ଆଖିକୁ ମୁଁ
ପାରିବିନି ଜମା ଦେଖି ।
ଭାବିବନି ମୋ କଥା
ଭାବନା ରାଇଜେ ବସି
ମୋ ପ୍ରତି ଥିବା ପ୍ରେମକୁ
ଦେଖୁଥିବି ଆଖି ବୁଜି ।
ପାରିବ ଯଦି ସିନ୍ଦୂର ଟିକେ
ମଥାରେ ଦେବ ଲଗାଇ
ଖିଲିଖିଲି ହେଇ ହସୁଥିବି
ଜଳନ୍ତା ଜୁଇରେ ଶୋଇ ।
ସଧବା ହେଇ ରହିଯିବି
ଆର ଜନମକୁ ଚାହିଁ
ଏ ଜନମ କଥା ମନେ ରଖିବା
ଆମେ ଦୁହେଁ ସାଥି ହୋଇ ।