Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dr. DIPTIMAYEE BEHERA

Comedy

3  

Dr. DIPTIMAYEE BEHERA

Comedy

ଦାମା ଅଜା ହସୁଛି

ଦାମା ଅଜା ହସୁଛି

1 min
140


ପାକୁଆ ପାଟିରେ ଦାମା ଅଜା ଆଜି

ଫେଁ ଫେଁ ହେଇ ହସୁଛି

କହୁଛି କ'ଣ ନା...

ବହୁ ବର୍ଷ ପରେ

ବିଜୁ ସ୍ମାର୍ଟ କାର୍ଡ ସେ ପାଇଛି ।


ପ୍ରଧାନମନ୍ତ୍ରୀ ଆବାସ ଯୋଜନା

ପାଇବ ବୋଲି 

ନାଁ ଟା ତା'ର ଯାଇଛି

ପାଇଖାନା ଘର ହେଲାଣି ତିଆରି

ପାଉଣା ଆସିବା ବାକି ରହିଛି ।


ହେଲେ ପଛେ ହେଉ ଟିକେ ବିଳମ୍ବ

ଖୁସି ହାତ ପାହାନ୍ତାକୁ ଆସିଛି

କହୁଛି କ'ଣ ନା...

ଓଡ଼ିଶା ରାଇଜେ

ସ୍ୱଚ୍ଛ ନିର୍ମଳ ଶାସନ ଚାଲିଛି ।


ଟଙ୍କିକିଆ ଚାଉଳ ସାଥେ 

ଡାଲି ଗହମ ସବୁ ମିଳୁଛି

ମଝିରେ ମଝିରେ 

ଯାହା ଟିକେ ଖାଲି 

ପେଟ୍ରୋଲ-ଗ୍ୟାସ ଦର ବଢୁଛି।


ପାନୀୟ ଜଳ ଯୋଗାଣ ପାଇଁ 

ପାଇପ ବିଛା ଚାଲିଛି

ରାଇଜଟା ଖାଲି 

ଉଠୁଛି ପଡୁଛି

ନାରୀ ନିର୍ଯ୍ୟାତନା ଯାହା ବଢିଛି । 


ଚାଷ ପାଇଁ ଋଣ ପଢ଼ା ପାଇଁ ଋଣ

ସହଜେ ସେସବୁ ମିଳୁଛି

କହୁଛି କ'ଣ ନା...

ବାଛି ବାଛି ସେ

ଟାଣୁଆ ନେତାଙ୍କୁ ଭୋଟ ଦେଇଛି ।


ପୁଅ ବୋହୁ ନାତି ନାତୁଣୀଙ୍କ ସାଥେ

ହସ ଖୁସିରେ ତା ଦିନ ବିତୁଛି

ସହରିଆ ଵାଲା 

ଏକୁଟିଆ ରହି

ଚଳିବା ମୁସ୍କିଲ ହେଉଛି ।


ଯେତିକ ଯୋଜନା ଅଧାପନ୍ତରିଆ

ହାଟରେ ପଡି ଦାଣ୍ଡରେ ଗଡୁଛି

କହୁଛି କ'ଣ ନା...

ସବୁ ଲୋକ ଦେଖାଣିଆ

ଆଗକୁ ଇଲେକ୍ସନଟା ଆସୁଛି ।


କୋଟିକୋଟି ଟଙ୍କା ଋଣଭାରରେ ଆଜି

ରାଇଜଟା ଉବୁଟୁବୁ ହେଉଛି

ଶୁଝିବାକୁ ହେବ 

ପୁଅ ନାତି ଅଣନାତିକୁ

ଭବିଷ୍ୟତଟା ଜଳଜଳ ଦେଖାଯାଉଛି ।


ବିକାଶ ନାଁ ରେ ଚାଲିଛି ବିନାଶ 

ଜାଣି ନ ପାରନ୍ତି

ଓଡ଼ିଶା ଲୋକ

ରୋଜଗାରକ୍ଷମ କରାଇ ନ ପାରି

ବଢ଼ାଣିଆ କଥା କୁହନ୍ତି ଦେଖ ।


କଥାଟା ବଡ଼ ଗହିରିଆ ଯେ

ରାଜାଙ୍କର ନୀତି 'ରାଜନୀତି'

କହୁଛି କ'ଣ ନା...

ଏପଟେ ନେଇ ସେପଟେ ଦେଇ

ଜନତାଙ୍କୁ ଭୁଆଁ ବୁଲାନ୍ତି ।


ହଇହୋ ଶୁଭୁଛି...

ଖଜୁରୀ ଗଛର କିଗୁଣ ଗାଇବି 

କହିଲେ କହିବ କହୁଛି

କହିବନି କା ଆଗେ ମୋ କଥା 

ଦାମା ଅଜା ଆଜି 

ଫେଁ ଫେଁ ହେଇ ହସୁଛି । 



Rate this content
Log in

Similar oriya poem from Comedy