STORYMIRROR

Santosh Kumar Biswal

Comedy

4  

Santosh Kumar Biswal

Comedy

ଶାଳୀ ସାଗେଂ ହୋଲି

ଶାଳୀ ସାଗେଂ ହୋଲି

1 min
448

ବରଷକ ପରେ ଆସିଛି ହୋଲି,

        ରାତିରେ ସପନ ଦେଖୁଛି ଖାଲି ।

 କେମିତି ହୋଇବ ସକାଳ କାଲି,

       ଶାଳୀର ଗାଲକୁ କରିବି ନାଲି ॥


 ସକାଳରୁ ଉଠିଲି ଚାହିଁଲି ଖଟକୁ,

    ସ୍ତ୍ରୀ ମୋ ଶୋଇଛି ଚୌକାତ ମେଲି।

ଶାଳୀ ସଗେଂ ରଂଗ ଖେଳିବା ପାଇଁକି,

        ଏହି ତ ସୁଯୋଗ ମନେ ଭାବିଲି॥


ସାଗଂ ଗୋଳିଥିଲା ପଣାରେ ଭାଗଂ,

          ପିଇଦେବାପରେ ଘୁରିଲା ମୁଣ୍ଡ।

ଦୁନିଆଁ ଦିଶିଲା ଶାଳୀ ମୟ ମୋତେ,

          ଭାବିଲି କାହାଠି ବୋଳିବି ରଗଂ॥


ନିଶା ତ ନିଶା ଭାଗଂ ନିଶା,

            ତା ସାଥେ ମିଶିଛି ପ୍ରେମ।

ଅମାନିଆ ମନେ ସପନ ଦେଖିଲି,

               ଯୁଗଳ ମୁରତି ଆମ॥


ଧିର ପାଦ ପାତେ ଆଗକୁ ଚାଲିଲି,

       ଦେଖିଲି ଶାଳୀର ଦରଜା ଖୋଲା ।

 ଭିତରେ ଦେଇଛି ଯେମିତି ପାଦ,

      ହୃଦୟ ମୋହର ଭୟେ ଥରିଲା ॥


ଦେଖିଲି ଖଟରେ ବସିଛି ଶାଳୀ

             ମନ୍ଦିର କାନ୍ଥର ର ପ୍ରତିମା ଭଳି।

ରମ୍ଭା କି ମେନକା ହେବ କି ସରି,

          ଅସମ୍ଭାଳ ହେଲା ମନ ମୋହରି ॥


 ମନମୋହିନୀ ତା ରୂପର ମାଧୁରୀ,

           ଆଖିରେ ପୁରିଛି ସାଗର ନୀଳ।

 ବକ୍ଷରେ ତାର ଉତ୍ତାଳ ତରଗଂ,

           ଖେଳେ ଶତ ଲକ୍ଷ ଉର୍ମିମାଳ॥


ହାତରେ ଧରିଲି ପୁଳାଏ ଅବିର,

     ମନ ହେଉଥାଏ ବଡ ଅଧିର।

କେମିତି ବୋଳିବି ଶାଳୀର କପୋଳେ,

        ଅମାନିଆ ମନ ବିପଥେ ଚଳେ॥


ପାରିଲିନି ରଖି ନିଜକୁ ସଂଯତ,

            ସଧିରେ ଆଗେଇ ଗଲି।

ସେ ମହୋଦଧିରେ ନିଶ୍ଚୟ ଆଜି,

          ବୁଡ ପକେଇବି ବୋଲି ॥


ରଗଂ ନେଇ ମୁଁ ତା ଶିରି ଅଗଂରେ,

             ଯେମିତି ଦେଇଛି ବୋଳି।  

 ଶକ୍ତ ଚାପୁଡାଏ ଦେଇ ଦେଲା ସିଏ,

              ତା ସାଗେଂ ଅଜସ୍ର ଗାଳି॥


ସେହି ଦିନୁ ସାଗଂ ଭାଗଂ ଆଉ ରଂଗ,

            ଦେଖିଲେ ଜୁହାର ହେଲି।

 ବଞ୍ଚିଥିବା ଯାଏ ଶପଥ ନେଲି ମୁଁ,

            ଖେଳିବିନି ହୋଲି ବୋଲି॥



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy