ମୋ ଘରମଣି
ମୋ ଘରମଣି
ମୋ ଘରମଣି ସକାଳୁ ଉଠି
ମୁହଁକୁ ଫୁଲେଇ ବସିଛି,
ରୋଷେଈ ବାସ କୁ ନକରିବା ପାଈଁ
ଅନ୍ଟାରେ କାନିକୁ ଖୋସିଛି ।
ସକାଳର ପୂଜା ରୁଟି ଆଉ ଭଜା
ମନରୁ ଦେଈଛି ପାଶୋରି ,
ସୋଫାଟାକୁ ପୁରା ସିଂହାସନ ଭଳି
ରଖିଛି ଆଜି ସେ ଆବୋରି ।
ଘରମଣି ଟାମୋ ଭାରି ବଦରାଗି
କଥାଟିକକରେ ରାଗଇ,
ଛାନ୍ଚୁଣି ମୁଠାକୁ ହାତରେ ଧରି ସେ
ଦଶଭୁଜା ରୂପ ସାଜଇ ।
ଭାବିଲି ଆଗକୁ ଆସିବାର ଅଛି
ନିଶ୍ଚିତ ମହାପ୍ରଳୟ ,
ଆସୁବିପଦ ର ମୁକାବିଲା ପାଇଁ
ରଚିଲି ସୁରକ୍ଷା ବଳୟ ।
ଖୋସାମତ କରି ପଚାରିଲି ଆହେ
କଣ ହେଇଛି ତୁମର ,
ନୀଳ ପାରାବର ନୟନ ଯୁଗଳ
କାହିଁ ପାଈଁ ରକ୍ତ ସାଗର ।
କଥା ଗୁଡାକ ମୋ ମହୁ ବଦଳରେ
ନିମ୍ବ ପିତା ଭଳି ଲାଗିଲା ,
ମୁହଁ କୁ ଛିନ୍ଚାଡି ଓଠ କୁ ନେଫାଡି
ପାନ ଡାଲାଟାକୁ ଧରିଲା ।
ମନେ ମନେ ବସି ଭାବି ହେଲି ଖାଲି
କି ଦୂର୍ଭାଗ୍ୟ ଆଜି ହୋଈଛି,
କେଉଁ ଅଭିଶାପ ପଡିଛି ଉପରେ
ଲକ୍ଷ୍ମୀ ଦୁର୍ଗା ରୂପ ସାଜିଛି ।
ମନ ଥିଲା ମୋର ରବିବାର ଟାରେ
ପାଟି ସୁଆଦିଆ କରିବି
ପାଟିସୁଆଦିଆ ଗୋଲିମାର ଭାଇ
ଚା କପ୍ ଟାକୁ ଚାହିଁଛି ।
ଝିଅକୁ ଦେଖିଲି ତେରେଛା ଆଖିରେ
କଥା କଣ ବୋଲି ଠାରିଲି ,
ମୁରୁକି ହସିକି ଝିଅ ଚାଲିଗଲା
କିଛି ନ ଜାଣିଲା ପରିକି ।
ଘର ମଣିଟା ମୋ ପୁରା ବଦରାଗି
ହେଲେ ମନରେ ନଥାଏ ଅଳିଆ ,
କରି ନାହିଁ କେବେ ସାଇଭାଇକଂର
ପରିବାର କୁ ସେ ଗୋଳିଆ ।
ପଚାରିଲି ଆହେ ଅଭିମାନୀ ଆଜି
କଣ ହୋଇଛି ତୁମର ,
ଆଗ୍ୟାନୁବର୍ତି ଟା କଣ କରିବ
ଦିଅ ଏବେ ତୁମେ ଅର୍ଡର
ଦିଅ ଏବେ ମୋତେ ଅର୍ଡର ।