STORYMIRROR

Santosh Kumar Biswal

Classics

3  

Santosh Kumar Biswal

Classics

"ପ୍ରଭାତ ଆଗମନେ"

"ପ୍ରଭାତ ଆଗମନେ"

1 min
221


 ଅନ୍ତ ହେଲା ନକ୍ତ ଆସଇ ପ୍ରଭାତ,

ଧିରେ ଧିରେ ବହେ ଶୁଶୀତଳ ବାତ ।

 ପୂରୁବ ଆକାଶ ହୁଅଇ ପ୍ରକାଶ,

 ଜୀବେ ନେଇ ମନେ ନୂତନ ଉଲ୍ଳାସ।


ବିଟପୀ ଉପରେ ଶାଖା ସଦନରେ,

 ଦ୍ବିଜଗଣ ବସି ସାନନ୍ଦ ମନରେ।  

ଆରମ୍ଭ କରିଲେ ମଧୁର ଗାହାଣ,

ମୋହିତ କରନ୍ତି ସଭିଁକଂର ପ୍ରାଣ।


ତରୁ ପର୍ଣ୍ଣ ରାଜି ଶାଖା ପ୍ରଶାଖାରେ,

ପୂର୍ଣ୍ଣ ଅବୟବ ସନ୍ଚିତ ଶିଶିରେ।

ଦିଶେ ମୁକ୍ତାଫଳ ପଡଇ ଧରାରେ,

ନିମିଷେ ମାନବ ମାନସ ହରେ ।


 ଫେଡି ପୂର୍ବ ଦିଗ ଦୁଆର ବହନ,

ଉଠିଲା ତପନ ଲୋହିତ ବରଣ । 

ନାଶିଲା ଦର୍ପରେ ତିମିର ଗ୍ରହଣ,

ଛାଡିଲା ମେଦିନି ଖଣ୍ତେ କିରଣ।


 ଶିଖରୀ ଚୁଡାରେ ତପନ କର,

 ପଡି ହେମମୟ ଦିଶେ ଶିଖର।

 ଆହା କେଡେ ଶୋଭା ଦିଶେ ମହିଧର,

ହରିନିଏ ଦୁଃଖ ବିସାଦ ମନର।


ପାଇ ନିଜପତି ତପନଭାତି,

ଅମ୍ବୁଜ ପ୍ରକାଶେ ନିର୍ମଳକାନ୍ତି ।

 ସରସିଂହାସନେ ସହାସ୍ୟ ବଦନେ,

 ସ୍ବାଗତ କରଇ ଭ୍ରମର ଗଣେ।


 ଭୟେ ନିଶାଚର ବିହରା ମାନେ,

ଦିନମଣି କଂର ସୁଆଗମନେ।

 ପର୍ବତ କନ୍ଦରେ ଅରଣ୍ୟ ପ୍ରାନ୍ତରେ,

 ରହିଲେ ବ୍ରୁକ୍ଷର ନିଭ୍ରୁତ ସ୍ଥାନେ ।


ଉନ୍ମତ ହୋଇଣ ଭ୍ରମରଚୟ,

କଲେ ଗୁନ୍ଞରଣ ଆନନ୍ଦମୟ।

ପୁଷ୍ପିତ ଉଦ୍ୟାନ ମଧ୍ୟେ ମଧୁପାନ,

 କରିଲେ ମନକୁ ନକରି ଆନ।


ଶଯ୍ୟା ତ୍ୟାଗ କରି ଧାର୍ମିକ ଗଣ,

ନିଜ ନିତ୍ଯକର୍ମ ସାରି ବହନ।

ପବିତ୍ର ଭାବରେ ଏକାନ୍ତ ମନରେ,

 କଲେ ବିଶ୍ବପତି ନାମ ଭଜନ।


ଗୋପାଳେ ଚଳିଲେ ଘେନି ଗୋଧନ ,

ଗୋଧୂଳି ଉଡଇ ଉର୍ଦ୍ଧ ଗଗନ।

 କ୍ରୁଷିଜୀବୀଗଣ କ୍ଷେତ୍ରକରଷଣ,

 ମାନଷେ କ୍ଷେତ୍ରକୁ କଲେ ଗମନ।


ଯେ ଯାହାର କର୍ମେ ନିବିଷ୍ଟ ଚିତ୍ତ,

ଅର୍ଜିବାକୁ ଏହି ସଂସାରେ ବିତ୍ତ।

ଅଳସୁଆ ନର ନିଜକଳେବର,

 କେବଳ ଶଯ୍ୟାରେ କଲେ ଭୂଷିତ।

   



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics