ମାଟିର ସନ୍ତାନ
ମାଟିର ସନ୍ତାନ
ଜନମ ଲଭିଲୁ ମାତା ଗରଭରୁ
ବଢିଲୁ ଧରଣୀ କୋଳେ ।
ସେ ମାଟି ମାର ଶାକ ତଣ୍ଡୁଳରେ
ତାରି ଏନ୍ତୁଡି ଶାଳେ ।
ପ୍ରିୟ ପରିଜନ ସାଗଂ ସାଥି ମେଳେ
କାହିଁ ଚାଲିଗଲା ଦିନ।
ଯେତେ ଖୋଜିଲେ ବି ଆଉ ମିଳୁନାହିଁ
ମିଳେ କର୍ତ୍ତବ୍ୟ ଆହ୍ବାନ ।
ଯୁବା ବୟସରେ ଶପଥ ନେଲୁ ରେ
ଅର୍ଜିବୁ ଅକ୍ଷୟ କିର୍ତ୍ତି।
ଶରୀରେ ମନରେ ସଂଚୟ କରିଲୁ
ଦମ୍ଭ ସାହସ ଶକତି ।
କର୍ତ୍ତବ୍ୟ ଆହ୍ବାନେ ଚାଲିଗଲୁ ତୁହି
ଦେଶର ସୁରକ୍ଷା ପାଇଁ ।
ଦେଶ ମାତ୍ରୁକାର ସମ୍ମାନ କୁ ରଖି
ସହିଦ ହେଲୁରେ ତୁହି ।
ଏ ମାଟି ମାର ହେ ବୀର ସନ୍ତାନ
ଦେଶ ପାଇଁ ଦେଲୁ ଜୀବନ ।
କୋଟି କୋଟି ମନ କିଣି ନେଇ ଗଲୁ
ତୋତେ ଶତ କୋଟି ପ୍ରଣାମ ।
ମାର କିରୀଟି କାଶ୍ମୀର ସୀମା ରେ
ବଇରୀ କୁ କଲୁ ସଂହାର ।
ଶେଷ ରକ୍ତ ବିନ୍ଦୁ ଥିବା ଯାଏ ତୋର
କରିଛୁ ଶତତ ପ୍ରହାର ।
ଆଜି ଏଇମାଟି ଲୁହ ଝରାଉଛି
ଦେଇଛି ରେ ତୋତେ ହଜେଇ ।
ବ୍ରୁଥା ଯିବ ନାହିଁ ତୋର ବଳିଦାନ
କରିଛୁ ତୁ ଯେଉଁ ଲଢେଇ ।
ମାଟି ମାତ୍ରୁକାର ରୂଣକୁ ଶୁଝିଲୁ
ନିଜର ଜୀବନ ଦେଇ ।
ପୁତ୍ରର କର୍ତ୍ତବ୍ୟ ପାଳୁ ପାଳୁ ତୁହି
ମାଟିପରେ ଗଲୁ ଶୋଇ ।
ଚାଲିଗଲୁ ତୁରେ ଅଫେରା ବାଟରେ
ଆଉ କେବେ ଫେରିବୁନି ।
ଝୁରିବ ଏମାଟି ଏପବନ ପାଣି
ଦିନ ରାତି ଗଣି ଗଣି ।
ଶ୍ରଧାଞଳି ଘେନ ହେ ବୀର କୁମର
କାମନା ଏତିକି ମୋର ।
ଯେଉଁ ଠାରେ ଥାଅ ଭଲରେ ହିଁ ଥାଅ
ପ୍ରାର୍ଥନା ବିଭୁ ପୟର ।