STORYMIRROR

Santosh Kumar Biswal

Others

4  

Santosh Kumar Biswal

Others

ମହାବାହୁ

ମହାବାହୁ

1 min
13

ନୀଳାଚଳ କ୍ଷେତ୍ର ନୀଳକନ୍ଦର ରେ 

            ବିଜେ ଆହେ ମହାବାହୁ,

ବରଷକେ ଥରେ ମାଉସୀ ଘରକୁ 

             ବୁଲିବା ପାଇଁ ତୁ ଯାଉ l


ଭକ୍ତ ପଥ ରଥ ସର୍ବେ ଏକାକାର

            ହୁଅନ୍ତି ବଡ ଦାଣ୍ଡରେ,

ମହାବାହୁ ଛଡା ଆଉ କେଉଁ ନାମ 

            ନଥାଏ କାହାତୁଣ୍ଡରେ l


ଦୁଖୀ,ରଙ୍କି, ଧନୀ,ମାନୀ,ବେଈମାନୀ 

              ସରବେ ହୁଅନ୍ତି ରୁଣ୍ଡ,

ମାନ ଅଭିମାନ ଭୁଲିଣ ସରବେ 

          ବଡ ଦାଣ୍ଡରେ ନୁଆଁନ୍ତି ମୁଣ୍ଡ l


ରଥ ଯାତରା ରେ ଆସଛି ମୁଁ ପୁରୀ 

               ଦେଖିବି ଚକା ନୟନ,

ଅନ୍ତର ପିପାସା ମେଣ୍ଟିବ ରେ ମୋର

              ଚାହିଁ ତୋତେ ଶ୍ୟାମଘନ l


ଲୋଡ଼ା ନାହିଁ ମୋର ଧନ ଅବା ଜନ 

              ଟଙ୍କ ତୋରାଣିରେ ମନ,

ଜୀବ ଚାଲିଯାଉ ଏ ବଡ ଦାଣ୍ଡରେ 

              ଗାଈ ଗାଈ ତୋର ନାମ l


ଶ୍ରୀମୁଖ ଦର୍ଶନେ ପାପ ହେଉ ନାଶ 

                କାମନା ଏତିକି ମୋର,

 ତୋର ନାମ ଧରି ଏ ମାୟା ସଂସାର 

               ବାରିଧି ହେବି ମୁଁ ପାର l


ଭକତର ବନ୍ଧୁ କରୁଣାର ସିନ୍ଧୁ 

              କର ହେ ସୁଦୟା ବାରେ,

ଏ ଦିନ ଜନର ଦୁଃଖ ଦୁର କର

              ଚାହଁ ଚକାଆଖି ଥରେ l


   


Rate this content
Log in