Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Santosh Biswal

Others

4.5  

Santosh Biswal

Others

ବସନ୍ତ ଆସିଛି

ବସନ୍ତ ଆସିଛି

1 min
392


ବସନ୍ତ ଆସିଛି ମାଘ ର ଅନ୍ତରେ

          ମଧୁ ବସନ୍ତର ମଧୁର ରାସରେ 

 କୋଇଲି କୁହୁର ପନ୍ଚମ ତାନରେ

        ରାଧା କ୍ରୁଷ୍ଣକଂର ଦୋଳ ବିମାନରେ ।


ବସନ୍ତ ଆସିଛି ଆମ୍ବ ବଉଳରେ

         ମନ ମତାଣିଆ ରଜନୀଗନ୍ଧାରେ  

ସଜମଲ୍ଲୀ ଫୁଲେ ହେନା ସୁଗନ୍ଧରେ

        ମହୁଲି ଫୁଲର ମହୁଆ ନିଶାରେ  ।


 ବସନ୍ତ ଆସିଛି ଫଗୁଣ ଫୁଲରେ

         ନନ୍ଦନ ବନର ଗୋଲାପ ବଣରେ

ପଳାସ ଡାଳର ନାରଗିଂ ଶେଜରେ

      ସୁନାରି ଗଛର ସୁନା ଚାମରରେ  ।


ବସନ୍ତ ଆସିଛି ସିମିଳି ଫୁଲରେ

          ରକ୍ତଜବା ତାର ଫୁଲପାଖୁଡାରେ

ହଳଦି ବସନ୍ତ ହଳଦି ରଗଂରେ

     ସବୁଜ ବ୍ରୁକ୍ଷର ଡାଳରେ ପତରରେ ।


ବସନ୍ତ ଆସିଛି ଫଗୁ ପସରାରେ

       ରଂଗ ବେରଗଂ ର ସମ୍ଭାର ଫୁଲରେ 

 ଅଝଟ ମନର ଅକୁହା ପ୍ରାନ୍ତରେ 

       ଅଳସି କନ୍ୟାର ଚପଳ ଛନ୍ଦରେ ।


ପୁର୍ଣହୁଏ ଆଜି ସ୍ବପ୍ନର ପସରା

         ନାଶ ହୁଏ ଶତ ଦୁଖ ର ଅସରା

ପୁଲକିତ ମନ ବସନ୍ତ ସମୀରେ

         ଋତୁରାଜ ତୁମେ ଅନନ୍ୟ ସୃଷ୍ଟିରେ।


Rate this content
Log in