Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Santosh Biswal

Inspirational

3  

Santosh Biswal

Inspirational

ଧବଳ ହସ୍ତୀ

ଧବଳ ହସ୍ତୀ

1 min
357



ଧୋବ ଧାଉଲିଆ କୁରୁତା ପିନ୍ଧି

ମନରେ କରନ୍ତି କେତେଯେ ଫନ୍ଦି ।

ଭୋଟ ବେଳାରେ ନୋଟ ବାଣ୍ଟି

 ଫୁଉଲ କରନ୍ତି ନିଜର ଅଣ୍ଟି ।

 କେତେ ରସୁଳିଆ କୁହନ୍ତି କଥା

 ମୋରି ଭାଇ ଏ ମୋର ମଉସା ।

 ମାଉସୀ ନୁହଁ ତୁ ମୋରି ମା

 ଭୋଟ ପାଇଁକି ମୋ ଆଡେ ଚାହାଁ ।

 ମନ ଜିଣାକଥା କହନ୍ତି କେତେ

 ଅସମ୍ଭବ ଅଛି ସଂସାରେ ଯେତେ ।

 ତୁମକୁ ଦେବି ମୁଁ ମାଗଣା ଘର

 ମନରେ ନଭାବି ଆପଣାପର ।

ଛତା ଓ କମ୍ବଳ ତା ସାଥେ ଜୋତା

 ପର୍ଡିକାର୍ଡ ଆଉ ସ୍ବାସ୍ଥ୍ୟ ବାରତା ।

 କରିବି ତୁମକୁ ସବୁଠୁ ଧନୀ

 ମାଗଣା ରେ ଦେବି ଖାଲିଯେ ମନି ।

ଦଳକୁ ଜିତାଇ ଦେବି ମୁଁ ଯେବେ

 ମା ଙ୍କୁ ଶସକ୍ତ କରିବି ତେବେ ।

 ଭଉଣୀ ମାନଙ୍କୁ ଦେଉଛି କହି

 ଭରସା ରେ ନିଶ୍ଚେ ଥିବଟି ରହି ।

 କଥାଟି ତାଙ୍କର ମୁହଁରେ ରହେ

  ଜନତା କଷଣ ପ୍ରତ୍ୟେହ ସହେ ।

 ଭାବିଲା ବେଳକୁ ଗଲାଣି କାଳ

  ନିର୍ବାଚନ ବିଲ ହେଲାଣି ହଳ ।

 ନେତାଏ ବୁଣନ୍ତି ଭେଦର ମଞି

 ଭାଇ ସାଥେ ଭାଇ ବଇରୀ ଖଞି ।

 ଅଲଗା କରନ୍ତି ଘରକୁ ଘର

 ଭୋଟ ବେଳାରେ ଏହି ବେପାର ।

 ବଖାଣିଲି ଭାଇ ତାଙ୍କ ଗୁମର

  କଣ କରିବ ଭାବ ଏଥର ।

 ସ୍ବାଧିନ ଭାରତେ ତୁମର ଜନ୍ମ

 ନିଜେ ରଖ ନିଜ ମାଟିର ମାନ ।

ମଉନ ନ ରହି ଉଠାଅ ସ୍ବର

 ଅଯୋଗ୍ୟ ମାନଙ୍କୁ କର ବାହାର ।


Rate this content
Log in

Similar oriya poem from Inspirational