STORYMIRROR

Santosh Kumar Biswal

Abstract

4  

Santosh Kumar Biswal

Abstract

ବରଷା ଆସିଚି

ବରଷା ଆସିଚି

1 min
9

ବରଷା ଆସିଛି ଆମରି ଗାଁ କୁ 

             ଦୁଲୁ ଦୁଲୁ ହେଇ କମ୍ପୁଚି,

ଝପର ଝାପର ଶବଦ ତାହାର 

             ମନକୁ ସେ କିଣି ନଉଚି l


ବରଷା କୁ ଦେଖି ସାର ନୂଆବୋଉ 

             ଭୟରେ ଛାନିଆ ହଉଚି,

ବାରିଆଡେ ଘଷି ପରା ହୋଇଥିଲା 

             ସଅଳ ସାଉଁଟି ନଉଚି l


ମେଘ ଘଡଘଡି ବିଜୁଳୀଙ୍କୁ ଦେଖି 

             ଭୟେ ଶଶୀ ଖୁଡି ଥରୁଚି, 

ଜାଳ ପାଳ କାଳେ ଓଦା ହେଇଯିବ 

             ଜରିପାଲ କୁ ସେ ଭିଡୁଚି l


ବରଷା କୁ ଦେଖି ନଖିଆ ଆମର

             ପଖିଆ ମୁଣ୍ଡରେ ଦଉଚି,

ପଡିଆ ବିଲରେ ପାଣି ବାନ୍ଧିବାକୁ

              ସଅଳ ସଅଳ ଧାଉଁଚି l


ମୁନା ଗାଈଆଳ ଟୋକାଟା ଆମର

              ବରଷା କୁ ଦେଖି ନାଚୁଚି, 

ବଇଁଶୀ ଟାକୁ ସେ ଅଣ୍ଟାରୁ କାଢ଼ିକି

              ମନଲୋଭା ସୁରେ ଫୁଙ୍କୁଚି l


ବରଷାକୁ ଦେଖି ସାଧବ ବୋହୁ ଟା 

              ଥିରି ଥିରି ପାଦେ ଚାଲୁଚି,

ନାଲିଆ ରଙ୍ଗର ପାଟ ଶାଢୀଟା କୁ 

              ଯତନ କରି ସେ ପିନ୍ଧିଚି l


କୁନୁ ଟା ଆମର କାଗଜ ଡ଼ଙ୍ଗାକୁ 

              ହାତରେ ଯତନେ ଧରିଚି, 

ବରଷା ସୁଅ ରେ ଭସେଇବ ବୋଲି

              ପାଣିରେ ଗୋଡ଼କୁ ରଖୁଚି l 


ଦେଖରେ ପିଲାଏ ବରଷା ଆସିଚି 

             ରଘୁଆ ଅଜା ତ ଡାକୁଚି,

 ପାକୁଆ ପାଟିରେ ପାନ ଖିଲାଟାକୁ 

             ଯତନ କରି ସେ ଯାକିଚି l


ଚାନ୍ଦ ମା ତାର ଗେଲ୍ଲୀ ନାତୁଣୀକୁ 

             କୋଳରେ ଧରିକି ବସିଚି,

କାନ୍ଦିବାରୁ ସିଏ ବୁଝେଇବା ପାଇଁ 

             ବରଷା ଦେଖେଇ ଦଉଚି l


ବରଷା ନାନୀ ଟା ଭାରି ହୀନିମାନୀ 

             ଆଖିରୁ ତା ଲୁହ ଝରୁଚି, 

କେବେ ଦେଖା ହବ ଶୀତ ଅପା ତାର 

            ସେଇ କଥା ବସି ଭାବୁଚି l


ବରଷା ତ ଆଜି କାହାକୁ ଅସଜ 

            କାହାକୁ ଵା ସଜ ହଉଚି,

ନିଚ୍ଛକ ସତଟା ଏଇକଥା ଅଟେ 

            ଜୀବନର ଗୀତ ଗାଉଚି l

        ଜୀବନର ଗୀତ ଗାଉଚି I


Rate this content
Log in

Similar oriya poem from Abstract