ପିଲା ଦିନର କିଛି ଅନୂଭୂତି
ପିଲା ଦିନର କିଛି ଅନୂଭୂତି


ନଥିଲା ମନରେ ଆବିଳତା ଅବା
ନଥିଲା ଈର୍ଷାର ଭାବ,
ପ୍ରେମ ମାନେ କିଛି ଜଣା ଯେ ନଥିଲା,
ବନ୍ଧୁ ଥିଲେ ହୃଦ ପ୍ରାଣ
ନଥିଲା ମନରେ ପ୍ରତିଦ୍ବନ୍ଦିତାର,
କୁଟିଳ କଳ୍ପନା ଆହା
ପଢ଼ୁଥିଲି ପାଠ ଗାଉଥିଲି ଗୀତ
କହୁଥିଲି ମନକଥା !
ଝରକା ଫାଙ୍କରେ ବର୍ଷା ଦେଖୁଥିଲି
ପାଣିଫୋଟକାର ଶବ୍ଦ ଶୁଣୁଥିଲି
କାଗଜର ଡଙ୍ଗା ହାତେ ଗଢି କେତେ
ପାଣି ଧାରେ କେତେ ଭସାଉ ଯେ ଥିଲି
ସହପାଠୀ ସଂଗେ ଅପରା6ହ୍ନ ପୁଣି
ପତଂଗ କେତେ ଯେ ଉଡାଇଛିପୁଣି
ମାଡ ଗାଳି ପୁଣି ବାପା ଙ୍କ ପାଖରୁ
ଅକାରଣେ ବହୁବାର ଶୁଣୁଥିଲି
ଶୁଣିଛି କେତେ ମୁଁ ଗୀତା ଭାଗବତ
ଜେଜେମା ପେଡିରୁ ଅସରନ୍ତି ଗପ
ରଜ ଦୀପାବଳି ଗଣେଶ ପୂଜାରେ
ହଜୁଥିଲି ଆହା କାହିଁ କେତେବାର
ଗୁରୁ ଗୁରୁଜନ ପଢ଼ାଉଥିଲେ ଯେ
ମହାପୁରୁଷର କଥା
ଇତିହାସ ପୁଣି ସାହିତ୍ୟ ଗୀ
ତରେ
ମନ ମୋର ଭିଜୁଥିଲା
ସମୟ ତୁମେ ଯେ କାହିଁକି ନିଷ୍ଠୁର
ବାଳୁତ ମନର ନିଦ ଚୋରି କଲ ?
କାହିଁକି ଚକ୍ରରେ ଚକ୍ରବ୍ୟୁହ ସାଜି
ବୟସର ତୁମେ ଖେଳ ଯେ ରଚିଲ ?
ପିଲାଦିନ ର ସେ ଅତୀତ ସ୍ମୃତି ଯେ
ମନ ଆକାଶରୁ ଲିଭେକି ସହଜେ !
ଧରିବାକୁ ଯାଇ ଇନ୍ଦ୍ରଜାଲେ ପୁଣି
ବର୍ତ୍ତମାନ ମୋର ଅପସରି ଯାଏ !
ଦିନ ଚାଲିଯାଏ ଦିନର ବାଟରେ
ସଞ୍ଜ ନଇଁ ଆସେ ରଜନୀ ଯେ ହୁଏ
ପୁଣି ଉଏଁ ସୂର୍ଯ୍ୟ ସବୁ ସକାଳରେ
ପ୍ରତି ପ୍ରଭାତରେ ପକ୍ଷୀ ପୁଣି ଗାଏ
ଜୀବନ ସେମିତି ଲୁଚକାଳି ଖେଳ
କେବେ ପିଲାଦିନ ବୋହୁଚୋରି ଖେଳ
କେବେ ଯୌବନର ଉଦମତା ସତେ
କେବେ ବୃଦ୍ଧତ୍ୱର ଜ୍ଞାନର ବୈଭବ
କହିବି ଏତିକି ଶେଷ କଥା ମୋର
ସମୟ ସହିତ ପରିବର୍ତ୍ତନର
ସତ୍ୟ କୁ ଆଦରି ଚାଲିବି ଆଗକୁ
ଚଲାପଥ ହେଉ କୁସୁମିତ ମୋର !!