Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Panchanan Jena

Comedy

4  

Panchanan Jena

Comedy

ଚାଓମିନ୍ ପ୍ରେମ

ଚାଓମିନ୍ ପ୍ରେମ

1 min
249



ମୌସୁମୀ ଆସିଛି ବରଷା ଦୋଳିରେ 

    ପଳାତକ ଗୁଳ୍ମଗୁଳି

ରଜ ଗଲା ପରେ ସଂଜଟା ଲାଗୁଛି

     ମଧୁର ସୁନ୍ଦର ଅଳି ।


ଝଡି ବରଷାରେ ତୁମ ସହ ଥରେ

    ସାକ୍ଷାତ ଜାଗିଲା ମନେ

ଲେଡିଜ୍‌ ହଷ୍ଟେଲ ଆଗରେ ମିଶିଲେ

    ଜମିଯିବ ସନ୍ଧ୍ୟା ବନେ ।


ମେଘକୁ ବାରତା ଦେଲି ମୁଁ ନିଉତା

    ପ୍ରିୟାକୁ ଭିଜେଇ ଦେବ

ଭାରି ଚାରୁହାସୀ ଚଞ୍ଚଳୀ ଷୋଡ଼ଶୀ

    ଛଡା ଧରି ଡଗ ଡଗ ।


ଭିଜିଗଲି ମୁଁହି ଗୋଟାପଣେ ଧ୍ୟାୟୀ

    ପାଇଲି ସଖ୍ୟ ସାନିଧ୍ୟ

ରଙ୍ଗୀନ ଛଡାତଳେ ଉଷ୍ମ ବାମ୍ପ ମେଳେ

    ବେପଥୁ ମିଳନ ଆୟୁଧ ।


ଚାଓମିନ୍ ଖାଇ ବାହୁଡିଲ ହସିଦେଇ

    ଜ୍ଵରରେ ଥରୁଛି ରାତି 

ବରଷା ଛାଡିଛି ବଚଷା କହୁଛି

    କରନା ଚାଇନା ପ୍ରୀତି ।


ଛଇ ଛଟକୀ ମାନେ ଉଲେଇ ଗାଈ

   ଅମୀର ଘର କଣ୍ଢେଇ

ଖେଳ ପ୍ରତାରଣା ଫାଷ୍ଟ ଫୁଡ଼ ଛଣା

    ପ୍ରେମ ପ୍ରଣୟରେ ଖାଇ ।


ଅୟୁତ ଗରାଖ ନିୟୁତ ମୟୁଖ

    ଅଭିନୟେ ମଧୁଝରା

ସେନ୍ତେରା ବାତରା ଖତରା କୋତରା

    ଗାଡ଼ରମେଣ୍ଢା କେରା କେରା ।


ସଚ୍ଚା ପ୍ରେମୀ ପାଇଁ ସମୟ ବା କାହିଁ

    ପ୍ରଣୟ ବଲ୍ଲରୀ ଧୋକା

ଜୟ ଜଗନ୍ନାଥ ତୁମେ ଏକା ନାଥ

   ବିଫଳ ପ୍ରେମିକ ବୋକା ।




Rate this content
Log in

Similar oriya poem from Comedy