STORYMIRROR

Binata Mohanta

Comedy

4  

Binata Mohanta

Comedy

ନିଉ ଜେନେରେସନ

ନିଉ ଜେନେରେସନ

1 min
255

ହାଇ ହିଲ୍ ପିନ୍ଧି ଠପ୍ ଠପ୍ କରି

    ଚାଲୁଚୁ ମୁହଁ କୁ ମୋଡି

ଦେଖିଲେ ଲାଗୁଛି ହୋଇଛି ବେମାରୀ

    କି ରୋଗଲୋ କେମ୍ପି ଘୋଡି  ।।

ପୋଷାକ ପିନ୍ଧିଛୁ ଚିରା ଫଟା ତୁହି

    ଦିଶୁଛି ନଗ୍ନ ବଦନ

ଏହା କ'ଣ ଆମ ସଂସ୍କୃତି ସଭ୍ୟତା

    ଏଥିରୁ ମିଳେ କି ସମ୍ମାନ  ।।

କେତେ ସୁଆଦିଆ ଆମରି ଖାଦ୍ୟ

    ଛ ତିଅଣ ନଅ ଭଜା

ଫାଷ୍ଟ ଫୁଡରେ ଅଛି କି ସୁଆଦ

    ଖାଇ ପାଇ ଥାଉ ମଜା  ।।

ଖବର କାଗଜ, କୁଟା କାଠି ପିନ୍ଧି

     ଦେଖାଉଛୁ ନୂଆ ଫେସନ

ଶାଢ଼ୀଟିଏ ପିନ୍ଧି ଓଢ଼ଣା ନେଲେ

     ଲାଗୁଛି ତୋତେ ସରମ ।।

ଲମ୍ବା କଳା କେଶ କାଟି ରଙ୍ଗିଲୁ

     ଧୂସର,ନାଲି,ନେଳୀ

ତୋତେ କେଜାଣି କେମିତି ଲାଗୁଛି

    ମୋତେ ଦିଶୁଛି କୁକୁଡ଼ା ପର ଭଳି  ।।

ଦିନ ରାତି ଖାଲି ସେଲଫି ଉଠୁଛୁ

     କହୁଛୁ ଚାଲିଛି ଏବେ ଏହି ଟ୍ରେଣ୍ଡ

ମୋ ଫ୍ୟାସନ୍ ଦେଖି ସୋସିଆଲ ମିଡ଼ିଆରେ

    ବଢୁଛନ୍ତି ମୋର ଫ୍ରେଣ୍ଡ  ।।

କହି ବୁଝାଇ ଥକିଗଲି ମୁହିଁ

    ଆମେ ହେଲୁ ଓଲଡ୍ ଜେନେରେସନ

ଆଧୁନିକତାର କ'ଣ ଏହା ପରିଚୟ

    କ'ଣ ଏହା ହିଁ ନିଉ କ୍ରିଏସନ  ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy