STORYMIRROR

ବି. ନିରୁପମା

Comedy Inspirational Children

4  

ବି. ନିରୁପମା

Comedy Inspirational Children

ଆହା କି ଦଶା !

ଆହା କି ଦଶା !

1 min
246


ପୁଷି ମାଉସୀ,

ଖରା ପୋଉଁଥିଲା ଖଳାରେ ବସି ।

ଚୁଟିଆ ମୂଷା,

ତାକୁ ଦେଖିଦେଲା ମୁରୁକି ହସି ।

ପଚାରିଲା ପୁଷି, "ହଇରେ ପୁଅ,

ମୋତେ ଦେଖି କିଆଁ ହସିଲୁ କହ ?"


କହିଲା ମୂଷା,

"ମାଉସୀ ତୁମର ଇଏ କି ଦଶା !!

ଦେହ ମୁହଁ କିଆଁ ଯାଇଛି ଶୁଖି,

କାଲିଠାରୁ କିଛି ଖାଇନାହଁ କି ?"


ମାଉସୀ କହିଲା, "ନାଇଁରେ ପୁଅ,

ଏବେ ଆଉ ଭଲ ରହୁନି ଦେହ ।

ଧରିଛି ରୋଗ, ଆଇଁଷ ଛାଡି ମୁଁ

ତିନିଦିନ ହେଲା କରୁଛି ଯୋଗ ।

ଲାଗୁଛି ବାନ୍ତି, ଭୀଷଣ ତାତି

ଛୁଇଁ ଦେଖ ଖଇ ଫୁଟେ ଯେମିତି !!"


ମାଉସୀ କଥାରେ ଭଳିଲା ମୂଷା,

ଆଉଁଶି କହିଲା, "ଆହା କି ଦଶା !"

ଲାଞ୍ଜ ଛାଟିକା, ମାରି ମିଟିକା

ମୂଷା ବେକ ମୋଡ଼ି, ଖାଇବାକୁ ପୁଷି

ସଜହେଲା ଏବେ ନିଶ ଚାଟିକା ।


ମୂଷା କହିଲା, "ମଲି,

ହାୟ ମୁଁ କି କରମ କଲି !

ବଡ଼ ସୁଖରେ ଥିଲି ।"


ସେତିକିବେଳକୁ କୁନି କୁକୁରଟେ

ସକାଳୁ ପାଇକି ଫୁରୁସତ,

ଭାଙ୍ଗୁଥିଲା ତା'ର ଅଳସ ପଣକୁ

ଖଣ୍ଡେ ଦୂରେ କରି କସରତ ।


ମାଉସୀକୁ ଦେଖି ଅଇଲା ମାଡ଼ି,

ଲାଙ୍ଗୁଡ଼ ହଲାଇ ଛାଡ଼ିଲା ରଡ଼ି ।

"ଭାଉ, ଭାଉ, ଭାଉ"

ମୂଷା ଖାଇବା ଚୁଲିକି ଯାଉ ।

ତରକି ପୁଷି ଡେଇଁ ପଡ଼ିଲା

ପାଳଗଦାକୁ ଚାହୁଁ ଚାହୁଁ ।

ଚୁଟିଆ ମୂଷା ଛୁ,

"ବାଃ ବାଃ ରେ କୁକୁର ଛୁଆ

ପ୍ରାଣ ରଖିଲୁ ତୁ !"




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy