Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ବି. ନିରୁପମା

Comedy Action Others

4  

ବି. ନିରୁପମା

Comedy Action Others

କହିଲେ ବଢ଼ିଆ ଅତି

କହିଲେ ବଢ଼ିଆ ଅତି

1 min
336



ରଜ ଖିଲିପାନ ଖାଇ

ଦୋଳିରେ ଝୁଲୁଚି ପାକେଇ ଆଈ

କେତେ ବାଗେ ଗୀତ ଗାଇ ।


ନାତି ନାତୁଣୀଏଁ ମିଶି

ଗୀତ ଶୁଣୁଥିଲେ ମୁରୁକି ହସି

ଅଜା ଯାଉଥିଲେ ଖସି ।


ପିଲାଏ ଆଣିଲେ ଧରି

ପିଠା ଖଣ୍ଡେ ଦେଲେ ମୁହଁରେ ଭରି 

କିଛି ଠାରି ତୁନି କରି ।


ଆଈ ଝୁଲି ଝୁଲି ଦୋଳି

ପକାଇଲା ଦି' ଥର ହୁଳହୁଳି

ଶୁଣି ଅଜା ଦେଲେ ଗାଳି ।


ତହିଁକି ନ ଦେଇ ଧ୍ୟାନ

ଆଈ ବୋଲିଲେ ହେ ପରାଣ ଧନ

କୌଶଳେ ମୋହିଲ ମନ ।


ଗାଁ ଯାତରେ ଅଭିନୟ

କର୍ଣ୍ଣ ସାଜି କଲ ହୃଦୟ ଜୟ

ସାହସ କଲି ସଞ୍ଚୟ ।


ବାସ ଅତର ଲଗାଇ

ପତର ଲେଖିଲି ଗୁପତେ ଯାଇ

ଜାଣି ଦେଲା କେହ୍ନେ ଭାଇ ।


କହିଲା ବାପାଙ୍କ ଆଗେ

ଶୁଣି ଗଲେ ତୁମ ଘରକୁ ବେଗେ

ପ୍ରସ୍ତାବଟି ଦେଲେ ବାଗେ ।


ତା' ପର ତିଥିରେ ବାହା

କହିଦେଲି ଆମ କାହାଣୀ ଯାହା

ଏ ଯାଏ ଠାକୁର ସାହା ।


ଆଈ ତୁଣ୍ଡୁ ଅନୁଭୂତି

ଗୀତକୁ ଶୁଣିଣ ନାତୁଣୀ ନାତି

କହିଲେ ବଢ଼ିଆ ଅତି ।


Rate this content
Log in

Similar oriya poem from Comedy