STORYMIRROR

shmitaa mohanty

Comedy

3  

shmitaa mohanty

Comedy

ମୋ ପ୍ରଚାର

ମୋ ପ୍ରଚାର

1 min
332

ମାଆ ମାଉସୀଏ ହୁଅ ଭିନେ

ରାଜନେତାଙ୍କୁ ଦିଅ ପାନେ

ଜିତାଇ ଦେଲେ ସେ ହୁଅନ୍ତି ନେତା

ବେଳ ଆସିଲେ ସେ ମାରନ୍ତି ଜୋତା

ତୁମ ପାଇଁ ମୁଁ ଠିଆ ହୋଇଛି

ହୃଦୟ କୁ ମୋର ଚିହ୍ନ କରିଛି

ପଣ କରିଲି ମୁଁ ଦେବିନି ଧୋଖା

ତୁମ ଝିଅ ହେବ ମୋ ପ୍ରେମିକା

ଶପଥ କରୁଛି ପତାକା ତଳେ

ଠକାମି କରିବି ସବୁବେଳେ

ନିଜର କରିବି ଦେଶ ସମ୍ପତ୍ତି

ଉନ୍ନତି କରିବି କରି ଦୁର୍ନୀତି

ଦଳ ବଦଳାଇ ହୋଇବି କାଳ

ନ ହେଲେ ଗଢିବି ମୁଁ ନୂଆଦଳ

ଲୁଟିବି ସଭିଙ୍କୁ କରିବି ଖେଳ

ବାହାର କରିଦେବି ଭୋଟରଙ୍କ ଝୋଳ

ଆରମ୍ଭ କରିବି ସାମ୍ପ୍ରଦାୟିକ ଦଙ୍ଗା

ଧରାଇବି ବିରୋଧୀଙ୍କୁ ଅଧିକାରୀ ଠେଙ୍ଗା

ଭୁଲିବନି ମୋତେ ଭୋଅଟ ଦେବ

କିଳାକୁ ଆଦରେ ଘରେ ଡକାଇବ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy