STORYMIRROR

shmitaa mohanty

Inspirational

3  

shmitaa mohanty

Inspirational

ଶୀତୁଆ ସକାଳ

ଶୀତୁଆ ସକାଳ

1 min
229

ଶେଯରେ ଥାଇ ଗରମ ଗରମ ଚା କପେ ଭଲଲାଗେ

ଖରାରେ ବୁଲିଲେ ବି ଶୀତ ବସ୍ତ୍ର ଭଲଲାଗେ

ସନ୍ଧ୍ୟା ପୂର୍ବରୁ ଘରକୁ ଫେରି ରାଗୁଆ ଜଳଖିଆ ଭଲଲାଗେ

ସବୁଠାରୁ ବେଶୀ ଭଲଲାଗେ ନିଜ କଳ୍ପନାରେ ହଜି

ପ୍ରକୃତିର ସୌନ୍ଦର୍ଯ୍ୟ ଉପଭୋଗ କରି କିଛି ଲେଖି ବସିଲେ

କାହାକୁ ପକଡି ଦରକାର, କାହାକୁ ମୁଢି ବାଦାମ

କାହାକୁ ଗରମ ଚା/କଫି ତ କାହାକୁ କମ୍ଵଳରେ ଆରାମ

ସକାଳୁ କିଏ ଧୁନି ଜାଳି ମଜାନିଏ ତ ଆଉ କେହି ଭ୍ରମଣରେ

କିଏ ଏକା ଏକା ସମୟ କାଟେ ତ ଆଉ କେହି ସାଥି ସାଙ୍ଗ ରେ

ଯିଏ ଯେମିତି ଚାହେଁ ଉପଭୋଗ କରେ ଶୀତ ଦିନରେ

ତଥାପି ଟିକେ ଅସହ୍ୟ ହେଲେ ଋତୁ କୁ ଗାଳି କରେ

ଭଲମନ୍ଦ ସବୁ ସହି ଯିଏ ଆଗେଇ ଯାଏ

ଉନ୍ନତିର ଶୀର୍ଷ ଛୁଇଁ ସେ ସଫଳତା ପାଏ

ଶୀତରେ ଭଲଲାଗେ ନୂଆ ନୂଆ କବିତା ଲେଖିବାକୁ

ଆସୁ କି ନ ଆସୁ ନିଜ ଧୂନରେ ହଜିବାକୁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational