STORYMIRROR

shmitaa mohanty

Tragedy

4  

shmitaa mohanty

Tragedy

ନୂଆ ବର୍ଷର ଅନୁଭୂତି

ନୂଆ ବର୍ଷର ଅନୁଭୂତି

2 mins
336

ବର୍ଷ ମାସ ଦିନ ଦଣ୍ଡ ସବୁ ପରିବର୍ତ୍ତନଶୀଳ। ମଣିଷର ପ୍ରତିଟି ମୂହୁର୍ତ୍ତ ଯନ୍ତ୍ରଣାରେ ଭରା।ପାଖରେ ଧନ ଥିଲେ ସୁଖ ଦିଏନାହିଁ।କିନ୍ତୁ ସୁଖ ପାଇଁ ଧନର ଆବଶ୍ୟକତା ଅଛି।ନୂଆ ବର୍ଷରେ ସମସ୍ତେ ଚାହାଁନ୍ତି କିଛି ନୂଆ କରିବା ପାଇଁ। ମୁଁ ସକାଳୁ ଉଠି ମନ୍ଦିର ଟିକେ ଯାଇ ଫେରିଲି।ବାଟରେ ଜଣେ ବୟସ୍କା ମହିଳାଙ୍କୁ ଭେଟିଲି ତାଙ୍କ ମୁହଁରେ ବୟସର ଛାପ ସହିତ ଅସରନ୍ତି କଷ୍ଟ ଆଉ ଯନ୍ତ୍ରଣା ଭରି ରହିଥିଲା।ପାଖରେ ବସି ପଚାରିଲି ମାଉସୀ କିଛି ଅସୁବିଧା ହୋଇଛି କି ସେ କିଛି ଆରମ୍ଭ କରିବା ଆଗରୁ କାନ୍ଦି ପକାଇଲେ।ସାନ୍ତ୍ବନା ଦେଇ ତାଙ୍କୁ କହିଲି ମାଉସୀ ଆଜି ଭଲ ଦିନ ଟା ନୂଆ ବର୍ଷର ଆରମ୍ଭ ଭଗବାନ ଭଲ କରିବେ।କୁହନ୍ତୁ କଣ ଅସୁବିଧା ହୋଇଛି ସେ ଦୀର୍ଘ ଶ୍ବାସ ଛାଡି କହିଲେ।ମୁଁ ଜୀବନ ସାରା ବହୁତ କଷ୍ଟ ପାଇଲି ପରିବାରର ସୁଖ ପାଇଁ ଜୀବନକୁ ଜଳାଞ୍ଜଳି ଦେଇ ଦେଲି ହେଲେ ମୋ ତ୍ୟାଗ ର କିଛି ମୂଲ୍ୟ ରହିଲା ନାହିଁ।ସ୍ବାମୀ ଏବେ ମୋର ଶଯ୍ୟାଶାୟୀ ତାଙ୍କର ଶେଷ ସମୟରେ ତାଙ୍କ ପାଖରେ କେହି ବି ନାହାଁନ୍ତି ।ମୋର ସମ୍ବଳ ବି ନାହିଁ ଯେ ମୁଁ ତାଙ୍କର ଚିକିତ୍ସା କରାଇ ପାରିବି। ପିଲାମାନେ ସମସ୍ତେ ନିଜ ନିଜ କାମରେ ବ୍ୟସ୍ତ।କେହି ପଚାରିବାକୁ ପ୍ରସ୍ତୁତ ନୁହଁନ୍ତି ଯେ ସତରେ ବାପାଙ୍କର ଅବସ୍ଥା କେମିତି ଅଛି ,ଆଜି ପରି ଦିନରେ ସମସ୍ତେ ଖୁସି ,ସମସ୍ତଙ୍କ ମନରେ ନୂଆ ହରସ,ପରିବାର ସହିତ ମିଳି ମିଶି ନୂଆ ବର୍ଷକୁ ସ୍ବାଗତ ଜଣାଉଛନ୍ତି।ଗତକାଲି ଡାକ୍ତର ହାତ ଟେକି ଦେଲା କହିଲା ତମ ପିଲା ମାନଙ୍କୁ ଡାକି ଦିଅନ୍ତୁ।କାରଣ ତାଙ୍କର ଅବସ୍ଥାରେ ଆଉ ପରିବର୍ତ୍ତନ ହେଉନାହିଁ ।କେଉଁ ସମୟରେ କଣ ହେବ କିଛି କହିହେଉନି। ସବୁ ପିଲାମାନଙ୍କୁ ଫୋନ କଲି ବାପାଙ୍କ ଦେହ କଥା ଜଣାଇଲି ଉତ୍ତର ଶୁଣିବାକୁ ମିଳିଲା ଯେ ଆମେ ବହୁତ ବ୍ୟସ୍ତ, କିଏ ଶଶୁର ଘର ଯାଇଛି, କିଏ ସ୍ତ୍ରୀ ପିଲା ନେଇ ବାହାରକୁ ବୁଲିବାକୁ ଯାଇଛି ତ ଆଉ କିଏ ବ୍ୟବସାୟ ଆଳରେ ରହିଲେ ,ମୋ ହାତରେ ପାଞ୍ଚ ଟଙ୍କା ବି ନାହିଁ।ମନ ଭାରାକ୍ରାନ୍ତ ଲାଗିଲା ,କାହା ଆଗରେ ଦୁଃଖ ଜଣାଇବି କିଏ ମୋତେ ସାହାଯ୍ୟ କରିବ ଭାବିଭାବି ମନ୍ଦିର ଟିକେ ଚାଲି ଆସିଲି ।ଶୁଣିଛି ଯାହାର କେହି ନାହିଁ ତା ପାଇଁ ଠାକୁର ଅଛନ୍ତି।ସବୁ ଶୁଣି ସାରିଲା ପରେ ନୂଆ ବର୍ଷ ଟା ମୋ ପାଇଁ ଫିକା ଲାଗିଲା ମନ ଭିତରେ ଦ୍ଵନ୍ଦ ତୁହାକୁ ତୁହା ବଢି ବଢି ଚାଲିଲା।ତାଙ୍କୁ ନେଇ ମେଡିକାଲ ଗଲି ।ଡକ୍ଟରଙ୍କୁ ପଚାରି ବୁଝିଲି ତାପରେ ଜାଣିଲି ଆଉ କିଛି ମୁହୁର୍ତ୍ତର ଅତିଥି।ଜାଣେନା ଭଗବାନ ମୋ ମାଧ୍ୟମରେ କଣ କରିବାକୁ ଚାହୁଁଥିଲେ।ସକାଳୁ ସକାଳୁ ଏମିତି ପରିସ୍ଥିତିରେ କାହିଁକି ପକାଇଲେ।ସେ ଅସହାୟ ବୃଦ୍ଧାଙ୍କୁ ଛାଡିକି ଆସିବାକୁ ମନ ବୁଝିଲାନି। କିଛି ଟଙ୍କା ଯୋଗାଡ କଲି ଆଉ କିଛି ସହାୟତା ଲୋଡିଲି ।ଏମିତି କିଛି ଟଙ୍କା ଯୋଗାଡ କରୁ କରୁ ୧୪,୬୫୦ ଯୋଗାଡ ହେଇଗଲା। ବୃଦ୍ଧାଙ୍କୁ ଦେଲି ନିଜ ଫୋନ ନମ୍ବର ଦେଇ ଆସିଲି। ଘରକୁ ଫେରି ବହୁତ ଭାବିଲି ସତରେ ମଣିଷ ବେଳେ ବେଳେ କେତେ ଅସହାୟ ହୋଇ ଯାଏ ସମ୍ପର୍କର ସବୁ ଖିଅ ମଜବୁତ ଥିଲେ ମଧ୍ୟ ପାଖରେ କେହି ଆସି ଠିଆ ହେବାକୁ ପ୍ରସ୍ତୁତ ନୁହେଁ।ମୁଁ ୩୧ ଡିସେମ୍ବରରେ ଭାବିଥିଲି ୧ ଜାନୁଆରୀ ରେ ବହୁତ କିଛି କରିବି ବୋଲି। କିନ୍ତୁ ଭଗବାନଙ୍କର ବରାଦ ଆଉ କିଛି ଥିଲା ।ସେ ମୋତେ ସାରା ଦିନ ସେ ଅସହାୟ ମହିଳା ଙ୍କ ସେବାରେ ଲଗାଇ ଦେଲେ, ଖୁସି ଲାଗିଲା ଗୁଣ୍ଡିଚିମୂଷା ଭଳି ସାହାଯ୍ୟ କରି,ଆଉ ବହୁତ ଦୁଃଖ ଲାଗିଲା ତାଙ୍କୁ ଏମିତି ଏକା ଛାଡି ଆସିବାଟା।ନୂଆ ବର୍ଷର ଅନୁଭୂତି ଖଟା ମିଠା ଭଳି ହସ ଆଉ କାନ୍ଦ ଭିତରେ କଟିଗଲା।ମୁଁ ପ୍ରାଥନା କରୁଛି ଭଗବାନ ସମସ୍ତଙ୍କୁ ସୁଖ ଶାନ୍ତିରେ ରଖନ୍ତୁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy