Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Panchanan Jena

Tragedy

4  

Panchanan Jena

Tragedy

କହିବା କାହାକୁ .....

କହିବା କାହାକୁ .....

1 min
325



ତମାମ ଜୀବନ ବିଳାସ ବ୍ୟସନ 

ମଦ ମାଂସ ଲୋଭୀ ନିର୍ବେଦ

ଅସ୍ତାଚଳ କାଳ ସମୟ ବେଳକୁ

ହାତରେ ଜପାମାଳି ବେଦ 

କହିବା କାହାକୁ 

କହିଲେ କହିବେ କହୁଛି ଆମ୍ଭଙ୍କୁ

ଲୋକହସା କରିବାକୁ ।


ଜୀବନ ଯୌବନ ରମଣୀ ରଞ୍ଜନ

 ବଳେ ଛଳେ ହରେ ନାରୀ

ଶେଷ ପାବଚ୍ଛରେ ରୋଗ ଶଯ୍ୟାରେ

: ଉଦ୍ଧାର କର ହେ ହରି

କହିବା କାହାକୁ

କହିଲେ କହିବେ କହୁଛି ଆମ୍ଭଙ୍କୁ 

ଲୋକହସା କରିବାକୁ ।


ମୁଣ୍ଡରେ ମୁଣ୍ଡେଇ କାନ୍ଧରେ ବସେଇ

ବାଲ୍ୟକାଳୁ ପାଳୁଛ ଚିନ୍ତା

ମରଣ ବେଳକୁ ଶରଣ ସ୍ୱର୍ଗକୁ

ହାତରେ ଧରିଛ ଗୀତା

କହିବା କାହାକୁ

କହିଲେ କହିବେ କହୁଛି ଆମ୍ଭଙ୍କୁ 

ଲୋକହସା କରିବାକୁ ।


କାର୍ଯ୍ୟରେ କର୍ମରେ ବାଣୀ ଚେତନାରେ

ଛଳ ଦଳ ବଳ କଳି ପାପ

ହାତ ଥୁରୁଧୁରୁ ଚମ ଧୁଡ଼ୁଧୁଡୁ

ରାମ ନାମ ଜପ ତପ 

କହିବା କାହାକୁ

କହିଲେ କହିବେ କହିଲ ଆମ୍ବଙ୍କୁ 

ଲୋକହସା କରିବାକୁ ।


ଅର୍ଥରେ ଅନର୍ଥ ମିଥ୍ୟାରେ କଦର୍ଥ

ଭାଗ ରାଗ ଶ୍ରେଷ୍ଠ ଭୋଗ

ଏକାନ୍ତ ସମୟ ବୃଦ୍ଧ ବୟସରେ

ସକାଳୁ ସଞ୍ଜରେ ଅଭ୍ୟାସେ ଯୋଗ

କାହାକୁ କହିବା

କହିଲେ କହୁଛି କହିଲା ଆମ୍ଭଙ୍କୁ

ଲୋକହସା କରିବାକୁ ।


ଖାଇବା ପିଇବା ଶୋଇବା କମେଇବା

ସାହାଯ୍ୟର ହାତ ବଢେଇବା

ଅସହାୟ ଦୟନୀୟ ଜନସେବା ପାଇଁ

ସମର୍ପିତ ବ୍ୟକ୍ତିସତ୍ତା ଗଢ଼େଇବା

କହିବେ ସମସ୍ତେ

ହସିବେ ସମସ୍ତେ ଠେଙ୍ଗା ଦେଖେଇ ସଭିଙ୍କୁ

ଭିଡ଼ ଭିତରେ ଜଣେ

କାଳ କାଳକୁ ।



Rate this content
Log in

Similar oriya poem from Tragedy