STORYMIRROR

Lunar Das

Tragedy Others

4  

Lunar Das

Tragedy Others

ଜୟ ମା'

ଜୟ ମା'

1 min
248


କିଛି ନିମିତ୍ତ ଖୁସି କୁ

ସାଉଁଟିବା ଆଶାରେ

ବିଚ୍ଛୁରିତ ଅସଂଖ୍ୟ ସରାଗକୁ

ତୁମରୀ ଚରଣରେ ଢାଳି ଦେଲି ମା' ।


କୃପା, କରୁଣା ର ଆଶକ୍ତି ତଳେ

ପ୍ରାରବ୍ଧ ର କିଛି ସାଇତା ଅସ୍ଥିତ୍ଵ

ମୋ ପାଖେ ପୁଞ୍ଜିଭୁତ ଥିଲା,

ବଞ୍ଚିବାର ମାର୍ଗଟେ ଖୋଜୁଥିଲି

ବାକି ଜୀବନର ମୂଲ୍ୟ

ଚୁକ୍ତି କରିବା ଆଶାରେ, ବିନା ସାହାରା ରେ ।


ବିଶ୍ୱାସଘାତ ର ଅନେକ ଚକ୍ରାନ୍ତ ରେ

ପେଷି ହେବା ପରେ ବି

ହାରିଯାଇନାହିଁ ମା'

ଦୃଢ଼ତା ର ସହ ନିଜ ସ୍ଥାନରେ

ସ୍ତମ୍ଭ ଟିଏ ହୋଇ ଛିଡ଼ା ହୋଇଛି।


ଜୀବନ ର ପ୍ରତିଟି ସ୍ତରରେ

ମୋ ନିରୀହତା, ସରଳତା, ଧୈର୍ଯ୍ୟ ଓ 

ବିନମ୍ରତା ର ଭାବ କୁ

ଅନେକଧା କଲାବେଳେ

ଅନ୍ତରିନ୍ଦ୍ରିୟ ମୋର କ୍ଷତାକ୍ତ ହୋଇଥିଲା

କିଛି କ୍ଷଣ ପାଇଁ  

କାହାକୁ ଚିହ୍ନିବା ର ଆଖି ଯେ ନଥିଲା,

ସେ ଦିନ ଚିହ୍ନିଲି

ଜୀବନ ଏକ ଆତ୍ମାହୀନ ଯନ୍ତ୍ର ।


କେଉଁ ଆତ୍ମୀୟର ନିରବ ଆଘାତ

ହୃଦୟ ଚୂର୍ଣ୍ଣ ହୋଇଛି ସତ ହେଲେ

ଲବଣାକ୍ତ ହୋଇ ରହିଯାଇନି ସବୁ ଦିନ ପାଇଁ

କିଛି ପୃଷ୍ଠା ଡାଇରୀ ରୁ ଚିରି ଦେଇଛି।


ଯେଉଁଦିନ ତୁମ ଚରଣରେ

ନିଜକୁ ସମର୍ପିତ କଲି ଦେଲି ମା'

ମୋ ସୁପ୍ତ ଅବସ୍ଥାରେ

କିଏ ତ ଜଣେ ଆଉଁସୀ ଦେଇ

କାପାଳରେ ଚୁମ୍ବନ ଟିଏ ଦେଇଥିଲା

ଆଉ

ମୋ କାନରେ ଚୁପି ଚୁପି କହିଥିଲା,

ମୁଁ ଅଛି ଆଜନ୍ମ ରୁ ତୋ ପାଖେ

ଜନନୀ ର ରୂପରେ ...

ସେବେଠାରୁ ମୋ ସ୍ପନ୍ଦନ ଧୀର ହୋଇଗଲା ମା' ।


ପିତୃପକ୍ଷ ର ଅମାବାସ୍ୟା ପରେ

ସ୍ଵଛ ଦିଶୁଥିଲା ଆକାଶ

ସତ କହିଲେ,

ମୋ ଆତ୍ମା ବି ହସୁଥିଲା ଏକାନ୍ତରେ

ସେଇ ଭାବନାରେ

ମୋ ମା' ବି ଅଛନ୍ତି

ମୋ ପାଖରେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy