ଭଙ୍ଗା ଗାଡ଼ି
ଭଙ୍ଗା ଗାଡ଼ି
ଭଙ୍ଗା ଗାଡ଼ି
ଏକ୍ସିଡେଣ୍ଟ ଗାଡ଼ି ଆଗକୁ ତ ଚାଲୁଛି
ହେଲେ ଟିକେ ରହି ରହି ଚାଲୁଛି
ଧକ୍କା ଦେଲେ ଚାଲୁଛି
ଆଗ ପଛ ଦେଖି ଦେଖି
ରାସ୍ତା ପାରି କରୁଛି ।
ତା' ଦେହର ଚାରିପଟେ ଅସଂଖ୍ୟ ଦାଗ
ଦିନରାତି ଭଙ୍ଗା ଜିନିଷକୁ ବୋହି ବୋହି
ତା'ର୍ କଲକବ୍ଜା ସବୁ କେଂ କାଁ ଶବ୍ଦ କରୁଛି,
ପୁରୁଣା ଗାଡ଼ିକୁ କିଏ ଅବା ଦେଖୁଛି
ରାସ୍ତା କଡ଼ରେ ପଡ଼ି ପଡ଼ି
କେତେ ଆବର୍ଜନା ଶୁଂଘୁଛି।
ଦୁରେ ବସି ବସି ଦେଖୁଛି
ତା' ପୁରୁଣା ବାବୁଙ୍କୁ,
ଦିନେ ତାକୁ ଖୁବ୍ ଭଲ ପାଉଥିଲେ
ଖୁବ୍ ମାୟା ବନ୍ଧନରେ ତାକୁ
ବାନ୍ଧି ରଖିଥିଲେ ।
ତା' ଉପରେ ଧୂଳି ଲାଗିଗଲେ
ନିଜେ ପୋଛିଦେଉଥିଲେ,
କଭର ଘୋଡ଼ାଇ ତାହାର
ଯତ୍ନ ନେଉଥିଲେ
ଅଧାବୁଢ଼ା ବୟସଟା
ତା'ର ଲୁଚିଯାଉଥିଲା
ପୂର୍ଣ୍ଣିମା ରାତ୍ରିରେ ତା ଦେହରେ
ଜହ୍ନ ଆଉ ତାରା ଫୁଟୁଥିଲା।
ଦିନେ ତା' ସମୟ ଖରାପ ପଡ଼ିଲା
ନିଶାଗ୍ରସ୍ତ ମାଲିକ ଆଖିରେ
ନିଦ ଯେ ଘାରିଲା,
ଦୋଷ ଯାହାର ବି ଥାଉନା କାହିଁକି
କର୍ମଫଳ ତାକୁ ଭୋଗିବାକୁ ହେଲା ।
ଭାଙ୍ଗି ରୁଜି ଗଲା ତା'ର
ସମଗ୍ର ଶରୀର
ଜୀବନ ସାରାର ସମର୍ପଣ ପରେ
ଆଶାଟିଏ ରଖିଥିଲା
ତା' ଭଙ୍ଗା ମନରେ,
ପୁଣିଥରେ ତା' ଶରୀରକୁ
ନୂଆଁ କରାଯିବ
ସେ ପୁଣିଥରେ ନୂଆଁ ଭଳି ଚମକି ଉଠିବ,
ତା' ପ୍ରିୟ ବାବୁଙ୍କୁ ସାଙ୍ଗରେ ନେଇ
ସେ ପୁଣିଥରେ ବୁଲି ବାହାରିବ ।
ଦିନେ ତୁଟିଗଲା ତା' ମନର ଭରସା
ଯେତେବେଳେ ଦେଖିଲା
ବାବୁ !
ନୂଆଁ ଗାଡ଼ିଟିଏ ଆଣି
ତା' ସମ୍ମୁଖେ ଥୋଇଲେ
ନଡ଼ିଆ ସିନ୍ଦୁର ଦେଇ ପୂଜା କରାଇଲେ,
ବୁଢ଼ା କବାଡ଼ି ବାଳାକୁ ଡାକି
ତାକୁ ଘରୁ ବିଦା କରାଇଲେ
ସେ ଦିନ ସେ ବୁଝିପାରିଲା
ଅପାରଗ ଜୀବନର ଅର୍ଥ।
ବୁଢ଼ା କବାଡିବାଳାର ହୃଦୟରେ
ଟିକେ ଦୟାଥିଲା,
ତା' ଶରୀରକୁ ସଫାକରି
ରୂପରଙ୍ଗ ଦେଲା,
ତା' ଭିତରେ ସେ ନିଜର ବାସସ୍ଥାନ କଲା।
ସମୟ ଚକ୍ରରେ
ମୁଁ ତାହାର ସାହାରା ଟିଏ ହେଲି
ମୋ ଦୁର୍ଦ୍ଦିନରେ ସେ ମୋ ସାଥୀ ଟିଏ ହେଲା ।
ଥକ୍କା ପଣରେ
ଏକ୍ଳା ବେଳାରେ
ଯେବେ ସିଏ ମୋ କୋଳରେ ବସେ,
ମୋ କାନରେ ଗୁଣୁଗୁଣୁ ହୋଇ
କିଛି ସତ୍ୟ କଥା କୁହେ।
ମୋ ଜୀବନଟା
ତୋ ହାତରେ ରେ ବୁଢ଼ା ଗାଡ଼ି
ପେଟ ପାଟଣା ପାଇଁ
ମୁଁ ତୋତେ ଧରିଛି ଆଉ
କିଛି କାଳ ଜୀଇଁବାକୁ
ତୁ ମୋ ପାଖରେ ଅଛୁ।
ଯେବେ ତୁ ଭାଙ୍ଗିବୁ
କେଉଁ ଅମଡ଼ାବାଟରେ ପଡ଼ିବୁ
ଆଉ ଯେବେ ମୁଁ ମରିବି
ପୁଣି ନୂଆଁ ଜନ୍ମଟିଏ ପାଇବି।
ସତ୍ୟତ ଏତିକି
ଜୀବନର ମୂଲ୍ୟବୋଧ
କର୍ମ କରୁଥିବା ଯାଏଁ
ଶେଷ ନିଷ୍ପତ୍ତିର ସଂଜ୍ଞା
କିଏ ଅବା ନିରୂପଣ କରିଛି ।
Lunar Das.
4 .4 .2025
