STORYMIRROR

Lunar Das

Inspirational Others

4  

Lunar Das

Inspirational Others

ବିନ୍ଦୁ

ବିନ୍ଦୁ

1 min
247


ଏଇ ବିନ୍ଦୁରେ ଅନେକ ତୃଷ୍ଣା

ଏଇ ବିନ୍ଦୁହିଁ ତ ସ୍ୱର୍ଗର ଅମୃତଧାରା

ଏଇ ବିନ୍ଦୁରେ ଜୀବନର ସୃଷ୍ଟି

ଏଇ ବିନ୍ଦୁରେ ପୃଥିବୀର ଅନେକ ଆକାର ।


ଏଇ ବିନ୍ଦୁରେ ମିଶିଛି ହୃଦୟ ବେଦନା

ଏଇ ବିନ୍ଦୁରେ ଝରିପଡ଼େ ନିସୃତ ଆବେଗ

ଏଇ ବିନ୍ଦୁହିଁ ରଚୟିତା ପ୍ରକୃତିର ଗାଥା

ଏଇ ବିନ୍ଦୁହିଁ ଦେଇଯାଏ ଅମୃତର ବର୍ଷା ।


ମୁଁ ଆଉ ତୁମେ କିଛି ଭିନ୍ନ ନୁହେଁ,

ନା ଭିନ୍ନ ଏ ଜୀବ ଜଗତ

ଏଇ ଆବେଗରେ ବୋହିଯାଏ

ବସନ୍ତ ,ଶିଶିର, ଶରତ ମିଶା

ଷଷ୍ଠ ଋତୁ ପର୍ବ,

ଭିନ୍ନ ନୁହେଁ ଆମ ଧମନୀର ରକ୍ତ ।


ଏଇ ବିନ୍ଦୁରେ କେବେ କେବେ

ଝରିପଡ଼େ ଭାବଧାରା

କିଛି ଖଟା ମିଠା ପ୍ରେମର ପରଶ

କଳ୍ପନା ଯେବେ ଦେଖେ ସ୍ୱପ୍ନ

ଉନ୍ମାଦନାରେ ତିକ୍ତ ହୁଏ

ଶ୍ରାବଣୀର ଉନ୍ମୁକ୍ତ ତରଙ୍ଗ ।


ଏଇ ବିନ୍ଦୁର ତତ୍ତ୍ୱରେ ସଂପୃକ୍ତ

ଚନ୍ଦ୍ରମାର ଭାବ

ପୂର୍ଣ୍ଣିମା ରେ ଉଛୁଳି ଉଠେ

ସମୁଦ୍ର ତରଙ୍ଗ

ମୋ ମୁଦ୍ରିତ ଆଖିର କଳ୍ପନା ତଳେ

ବୋହିଯାଏ ଯେବେ 

କ୍ରୀଷ୍ଣ କାବେରୀ ଯମୁନାର ଘାଟ,

ମୋ ଆକାଂକ୍ଷାର ଉଦବେଳନ ତଳେ

କେବେ କେବେ ଚାଲିଆସେ

ପତ୍ରଝଡ଼ା ପର୍ବ,

ତେବେବି ଜୀବନ ଅଙ୍କୁରିତ ହୁଏ

ସମାଚ୍ଛନ୍ନ ବିନ୍ଦୁଏ ଜଳତତ୍ତ୍ୱର

ସମାହାର ନେଇ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational