Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Binodini Dash

Inspirational

4  

Binodini Dash

Inspirational

କାମନା

କାମନା

1 min
208



କାମନାକୁ ସାଥୀ କରିଣ ପ୍ରତି ମାନବ ଚଳେ

କାମନା ବିନା କି ଜିଇଁଛି କେ ମରତ ମଣ୍ଡଳେ ?


ଧନ ଜନ ଆବଶ୍ୟକତା ସୁଖେ ଜିଇଁବା ପାଇଁ

ଛଳରେ ବିଭୁଙ୍କୁ ନିବେଦେ କିଛି ଲୋଡ଼ା ମୋ' ନାହିଁ ।


କାମନା ନଥାଇ ଶରୀର ମୃତପିଣ୍ଡଟେ ସମ

ଜିଇଁବାରେ କି ସାର୍ଥକତା କିଆଁ ଜାଗଇ ଭ୍ରମ ?


କାମନା ହିଁ ଦୁଃଖ କାରଣ ଜାଣି ତାକୁ କୋଳାନ୍ତି

ସୁଖ ଦୁଃଖ ଦୁଇ ଯାଆଁଳା ଭାଇ ସମ ମିଳନ୍ତି ।


ଗୋଟିକର ବିନା ଆନର ସ୍ବରୂପଟି ଅଜଣା

କାମନା ସୂଚାଇ ଦିଅଇ ଯେଝା ଯେଝା ଠିକଣା ।


କାମନା ପଥରୁ ମିଳଇ କେତେ କେତେ ଆନନ୍ଦ

କେବେକେବେ ଗୋଟାଇଥାଏ ମନ ପରମାନନ୍ଦ ।


ଅବଶ୍ୟ କାମନା ବିନାଶେ ଦୁଃଖ ହୁଏ ବିନାଶ

ପରମଧାମାଭିମୁଖରେ ଧାଇଁ ଚାଲେ ମଣିଷ ।


ସଂସାର ପଥ ବି ନହେଲେ ତା' ନୁହେଁ କି କାମନା ?

ଯାହା ଜୀବ ପାଇଁ ନିର୍ବାଣ ପଥ ବୋଲି କଳ୍ପନା ।


ଦେହ ସୁଖ ପାଇଁ କାମନା ବିଭୁପ୍ରାପ୍ତି କାମନା

ସ୍ବରୂପ ଅଲଗା ଅଲଗା ବୋଲି ସକଳେ ଜଣା ।


ଯିଏ କାମନାକୁ ବୁଝିଛି ନିରୋଧି ନିଜ ମନ

ଈଶ୍ବରଙ୍କ ପ୍ରେମେ ରଖଇ ମତି ସଦା ତଲ୍ଲୀନ ।




Rate this content
Log in

Similar oriya poem from Inspirational