STORYMIRROR

rasmi maye pati

Inspirational

3  

rasmi maye pati

Inspirational

ଆଉ ଥରେ କହିବକି ତଥାସ୍ତୁ

ଆଉ ଥରେ କହିବକି ତଥାସ୍ତୁ

1 min
246


ତୁମେ ପରା ସେଇ ଭକତ ବତ୍ସଳ 

  ଭକତ ଦୁଃଖରେ ଢାଳଇ ଲୁହ

ଭକତକୁ ତୁମେ ଯାଚି ଦେଇ ବର

  ହାତ ଟେକି ଦେଇ ତଥାସ୍ତୁ କୁହ ।୧

ତୁମେ ପରା ସେଇ ଭକତ ଭୋଳିଆ 

  ବନ୍ଧା ପଡିଯାଅ ଭକ୍ତ ପ୍ରେମରେ

ଚହଳ ପଡ଼ିଲା ବଡ଼ ଦାଣ୍ଡ ପରେ

  ବିଜେ କରିଥିଲ ବାଲି ରଥରେ ।୨

ଅଟକିଲା ପରା ମଝି ବଡ଼ ଦାଣ୍ଡେ

  ସାଲବେଗ ଡାକ ବାଜିଲା କର୍ଣ୍ଣେ

ଏବେ କାଇଁ ପ୍ରଭୁ ରହିଛ ମଉନେ 

 ଭକତଙ୍କ ଦୁଃଖ ପଡୁନି ମନେ ।୩

ଆକୁଳ ସ୍ୱରରେ ଥରେ ଡାକି ଦେଲେ

  କାନ ଡେରି ପ୍ରଭୁ ଶୁଣ ତାହାକୁ

ଗଜ ,ହରିଣୀକୁ ଉଦ୍ଧରିଲ ଯେହ୍ନେ 

  ପ୍ରେରଣ କରିଲ ସୁଦର୍ଶନକୁ ।୪

ଅନ୍ତର୍ଯ୍ୟାମୀ ନାମ ଧରିଅଛ ବହି 

  ବୁଝିପାର ତୁମେ ଅନ୍ତର କଥା

କେତେ ଅନ୍ତରର ଆକୁଳ ପ୍ରାର୍ଥନା 

  ଦଉ ନାହିଁ କାଇଁ ତୁମକୁ ବ୍ୟଥା ।୫

ଘୋର ବିପଦରେ ଟଳୁଅଛି ସୃଷ୍ଟି 

 ପ୍ରଭୁ କଣ ତୁମେ ଦେଖି ପାରୁନ

କେତେ ଭକତଙ୍କ ଆକୁଳ ପ୍ରାର୍ଥନା

  ଶୁଣି କିମ୍ପାଇଁ ରହିଛ ମଉନ ।୬

ତ୍ରାହି ତ୍ରାହି ବୋଲି ଡାକୁଛି ଜଗତ

  ସୀମା ଟପି ଯାଏ କରୁଣ ଦୁଃଖ

କେତେ ଦିନ ଆଉ ବଡ଼ ଦେଉଳରେ 

  ବସି ଥିବ ପ୍ରଭୁ ତୁମେ ନୀରବ ।୭

ଆଉ ଥରେ ପ୍ରଭୁ କହିବ ତଥାସ୍ତୁ 

   ଟେକି ଦିଅ ଥରେ ତୁମ ଶ୍ରୀହସ୍ତ

ବିନାଶ କରିବ ସବୁ ବିପଦକୁ

  ଉଦ୍ଧରିବ ପ୍ରଭୁ ସାରା ଜଗତ ।୮

   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational