STORYMIRROR

rasmi maye pati

Inspirational

3  

rasmi maye pati

Inspirational

ଜୀବନ ସଙ୍ଗୀତ

ଜୀବନ ସଙ୍ଗୀତ

1 min
165

ଏଇତ ଯାମିନୀ ନେଇଛି ମେଲାଣି

 ପର୍ଦ୍ଦା ପଛେ ଲୁଚିଗଲା

ପ୍ରତ୍ୟୁଷ ହାତରେ ବନ୍ଦାପନା ଥାଳି 

 ସ୍ଵାଗତ ଗୀତ ଗାଇଲା।।


କୋଳାହଳମୟ ହୃଦରେ ପୁଲକ

 ବୁଣି ସ୍ୱପ୍ନର କିରଣ

ନରମ ଗାଲିଚା ଲୁଚି ଯିବ ତାର

 ଲିଭିବ ପ୍ରତ୍ୟୁଷ ଚିହ୍ନ।।।


ଯିବା ଆସିବାର କ୍ରୀଡ଼ା ରତ ଧରା

 ଉଙ୍କି ମାରୁଚି ମଧ୍ୟାହ୍ନ

ବିଛାଇ ଦେବ ତା କର୍କଶ ଚାଦର

 ଅଭିନୟ କିଛି କ୍ଷଣ।।।


ଆବାହନୀ ମନ୍ତ୍ରେ ଗୋଧୂଳି ସଞ୍ଜଟା 

 ଆଉ ମାତ୍ର କିଛି ବାକି

ଖରା ଛାଇ ଖେଳେ ନିର୍ଲିପ୍ତ ମଧ୍ୟାହ୍ନ

 ବିଦାୟ ଦିଅ କହୁଚି।।


ବିଚ୍ଛେଦର ଅନ୍ତେ ପୁରାତନ କାୟା

 ନୂତନ ସ୍ଵାଗତ ହୁଏ

ଛାଇ ଲେଉଟିବା ବେଳ ଅପସରେ

 ସନ୍ଧ୍ୟା ର ଆଗତ ପ୍ରାୟେ।।।


ଢାଙ୍କୁଚି ପଣତ ଯାମିନୀ ବଧୂଟି

 ବିସ୍ତାରିତ କାୟା ତାର

ଗ୍ରାସିବ ଅନ୍ଧାର ସାରା କଳେବର

 ଟାଣେ ପୂର୍ଣ୍ଣଚ୍ଛେଦ ଗାର।।।


ଅନ୍ଧକାର ଅନ୍ତେ ପୁନଶ୍ଚ ପାହାନ୍ତି

 ଟେକି ଦେବ ତାର ମଥା

ମିଳନ ବିଚ୍ଛେଦ ଦୁଇ ଫର୍ଦ୍ଦ ତୀରେ

 ଜୀବନ ପଡ଼ିଛି ବନ୍ଧା।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational