STORYMIRROR

rasmi maye pati

Inspirational

3  

rasmi maye pati

Inspirational

ବଣିର ଉଡାଣ

ବଣିର ଉଡାଣ

1 min
147

ଶୂନ୍ୟ କୋଠରିରେ ସାଧା କାଗଜରେ 

   କଣ କରୁଥିଲା କେଜାଣି ସେ ବଣି

ମିଶାଣ କରିଲା ଦିଗ ହଜିଗଲା

   ଆରମ୍ଭିଲା ବଣି ଫେଡାଣ ପୁଣି ।


ଗୁଣି ଗୁଣି ବଣି ହାଲିଆ ହୋଇଲା

  ହରଣ ପରେ ହରଣ କରିଲା

ଅଙ୍କ କଷା ଦିନେ ସରିଲା ବଣିର

  ଅଦିନ ଝଡ ଟି ମାଡି ଆସିଲା ।


ଶୂନ୍ୟ କୋଠରି ଟି ପଡି ରହିଥିଲା

  ସାଧା କାଗଜ ଟି ଶୂନ୍ୟ ହୋଇଲା

ବଣି ଉଡିଗଲା ଦୂର ରାଇଜକୁ

 ଦୁଇ ବୁନ୍ଦା ଲୁହ ସାଥିରେ ନେଲା।


ସବୁ ଅଙ୍କ କଷା ମିଥ୍ୟା ଥିଲା ତାର

  ଉଡାଣ କେବଳ ସତ୍ୟ ହୋଇଲା

ଅଦିନ ଝଡ ଟି ସୁନିଶ୍ଚିତ ଏଠି 

 ଚିରନ୍ତନ ସତ୍ୟ ଅପ୍ରିୟ ହେଲା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational