STORYMIRROR

rasmi maye pati

Others

4  

rasmi maye pati

Others

ଧରା ରେ ଗୋବିନ୍ଦ

ଧରା ରେ ଗୋବିନ୍ଦ

1 min
234


କାହାର ଦିବ୍ୟ ସ୍ପର୍ଶରେ

 ଉଛୁଳେ ଯମୁନା

ମହ କେ କଦମ୍ବ ପୁଣି

 ପ୍ରୀତି ର ମୂର୍ଚ୍ଛନା ।


ଅଦିନେ ବହେ ମଳୟ

  ମଥୁରା ନଗରେ

ଶିହରିଲେ ଗୋପୀ ଗଣ

  ପ୍ରୀତି ଉଲ୍ଲାସରେ ।


ପ୍ରଣୟ ଛନ୍ଦ ରେ ଗାଏ

  ବିହଙ୍ଗ ସଙ୍ଗୀତ

ପ୍ରେମ ର ପହିଲି ସ୍ପର୍ଶେ

 ନଦୀ ପୁଲକିତ ।


ଗାବ ସଙ୍ଗେ ବତ୍ସା କରେ

  ମଧୁର ମୂର୍ଚ୍ଛନା

କାହା ସ୍ପର୍ଶ ଧରା ହୁଏ 

  ଏତେ ପ୍ରୀତିଲଗ୍ନା ।


ଅୟୁତ ସ୍ବପ୍ନ କୁ ନେଇ

  କଦମ୍ବ ଫୁଟିଲା

ଉଛୁଳିଲା ଯମୁନା ସେ

  ପ୍ରେମ ରେ ରସିଲା ।


ନବ କିଶଳୟ ପରେ 

  ବରଷା ର ପ୍ରେମ

ବୃନ୍ତେ ହସୁଛି କୁସୁମ

 ରୂପ ଅନୁପମ ।


ଐକତାନେ ବର୍ଷା ନାଚେ

 ଚପଳା ତା ସଙ୍ଗେ

ସର୍ବେ ହେଲେ ଏକାକାର

 ବଜ୍ର ନାଚେ ନଭେ ।


ଐକ ତାନେ ଶୁଣାଇଲେ

  ମଧୁର ସଙ୍ଗୀତ

ମଜିଗଲେ ବସୁଦେବ

  ମଥା ରେ ଅନନ୍ତ।


ସ୍ଵର୍ଗ ରେ ବାଜେ ଦୁନ୍ଦୁଭି

 ହୁଏ ପୁଷ୍ପ ବୃଷ୍ଟି

କାହା ଆଗମନେ ହୁଏ

 ଏତେ ମଧୁ ସୃଷ୍ଟି।


ପ୍ରେମ ଅବତାର ନେଇ

  ଧରା ରେ ଗୋବିନ୍ଦ

ହସେ ନନ୍ଦ ଯଶୋମତୀ

  ଭୂବନେ ଆନନ୍ଦ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍