STORYMIRROR

rasmi maye pati

Inspirational

3  

rasmi maye pati

Inspirational

ଘାଣ୍ଟ

ଘାଣ୍ଟ

1 min
140

ନିଆରା ସ୍ଵାଦର ଘାଣ୍ଟ ମୁଁ ରାନ୍ଧୁଛି

ଘାଣ୍ଟି ଘାଣ୍ଟି ହାତ ବିଣ୍ଡି ପଡୁଅଛି।।


 ବଡ଼ ହାଣ୍ଡିଟିଏ ଚୁଲିରେ ବସିଛି

ମସଲା ପରିବା ବୋହି ମୁଁ ଚାଲିଛି।।।


 ପଞ୍ଚଭୂତର ଏ ପାର୍ଥିବ ତନୁଟି

ଅବ୍ୟକ୍ତ ଜ୍ଵାଳାର ଚୁଲିରେ ଶିଝୁଛି।।।


ନିନ୍ଦା ଅପବାଦ ସାଉଁଟି ଆଣୁଛି

 ଧୈର୍ଯ୍ୟ ପନିକିରେ ସେ ସବୁ କାଟୁଛି।।।


ପାପ ଅନ୍ୟାୟର ତେଲ ଫୁଟଣରେ

ଶୁଭେ ଚଡ ଚଡ ପାର୍ଥିବ ତନୁରେ।।।


ଦୁଃଖ ଓ ସୁଖର ମସଲା ଫେଣ୍ଟୁଛି

ଜରା ବ୍ୟାଧି ସବୁ ସାଙ୍ଗରେ ଘାଣ୍ଟୁଛି।।


ମଝି ପାହାଚରେ ପ୍ରଚଣ୍ଡ ଜଳୁଛି

ଘାଣ୍ଟି ଘାଣ୍ଟି ଘାଣ୍ଟ ହାତ ମୋ ବିନ୍ଧୁଛି।।।


ଆୟୁଷର ଫେଡ଼ା ଫେଡା କାଠ ଧରି

ଠେଲୁଚି ଚୁଲିକୁ ଟାଣୁଛି ସବାରି।।।।


କେତେ ଆୟୁର ମୁଁ ଇନ୍ଧନ ଆଣିଛି

କହି ଦବ ଘାଣ୍ଟ କେତେ ସେ ଶିଝିଛି।।।


ସରିବ ଇନ୍ଧନ କାଠ ଜଳିଯିବ

ଘାଣ୍ଟ ତରକାରୀ ସବୁ ପୋଡ଼ି ଯିବ।।।


ପାର୍ଥିବ ତନୁର ଚୁଲି ହଜିଯିବ

କାଠ ଓ ଇନ୍ଧନ ଜ୍ଵାଳା ଲିଭି ଯିବ।।


ସବୁ ଫେଣ୍ଟା ଫେଣ୍ଟି ଜୀବନ ଘାଣ୍ଟରେ

ଜଳି ଜଳି ଯିବା ନିଆରା ସ୍ଵାଦରେ।।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational