STORYMIRROR

rasmi maye pati

Inspirational

3  

rasmi maye pati

Inspirational

ସତୀତ୍ୱ

ସତୀତ୍ୱ

1 min
216


ସ୍ରଷ୍ଟା ରଚିଦେଲେ ସୁନ୍ଦର ବୃକ୍ଷ ଟି

 ଫଳ ଫୁଲ ଶାଖା ଭରେ

ପ୍ରାଣୀ ଠୁ ଉଦ୍ଭିଦ ଶିଶୁ ଠୁ ବାର୍ଦ୍ଧକ୍ୟ

 ସ୍ଥାପିଲେ ସେହି ବୃକ୍ଷ ରେ ।।


ଚିର ଅମ୍ଳାନ ସେ ଦିବ୍ୟ ଶିରୀ ବୃକ୍ଷ 

  ନାମ ତାହାର ସଂସାର

କେବେ ଭାଙ୍ଗେ ନାହିଁ କେବେ ମଉଳେନି

  ବିନ୍ଧାଣି ଟା ଶ୍ରେୟସ୍କର ।।


ଚିର ଦୀପ୍ତିମନ୍ତ ଶାଖା ଟିଏ ଏକ

  ସେ ବୃକ୍ଷ ରେ ରଚି ଦେଲେ

ସାରା ସଂସାର ଟା ଯା ଆଗ ରେ ତୁଚ୍ଛ

 ସତୀତ୍ୱ ନାମ ରଖିଲେ ।।


ନିଜେ ଦିନେ ସ୍ରଷ୍ଟା ବନ୍ଧା ପଡିଗଲେ

 ମହା ସତୀଙ୍କର ପାଶେ

ଲାଜେ ପୋଡ଼ି ଗଲା ମଥା ଟି ସେଦିନ

  ସତୀ ଅନୁଶୟା ପାଶେ।।


ତିନି ଭୁବନ ରେ ପଡ଼ିଲା ଚହଳ

 ବଡ଼ ଆଚମ୍ବିତ ହେଲା

ଜନ୍ତୁ ପତି ଠାରୁ ଆୟୁ ଫେରାଇଲା

 ପୁରାଣ ସାକ୍ଷୀ ରହିଲା ।।


ଦୁଇ କୂଳ ହିତା ସାବିତ୍ରୀ ଦୁହିତା

  କରିଦେଲେ ପ୍ରମାଣିତ

ସ୍ବାମୀ ଶଶୁର ଓ ପିତୃ କୂଳ ହିତ

 ତାହା ଚିରନ୍ତନ ସତ୍ୟ ।।

ଦାମିକିଆ ଶାଢୀ ଦାମିକିଆ ଫଳ

  ଲୋଡା ନାହିଁ ଏଥି ପାଇଁ

ଉଚ୍ଚ ମନ ଟିଏ ଲୋଡା ସବୁ ବେଳେ

 ସାବିତ୍ରୀ ପୂଜିବା ପାଇଁ ।।


ସ୍ବାମୀ ର ଗରିବ ଧନୀ ପଣ ରେ କି

 ସତୀତ୍ୱ ବଜାଇ ରହେ

ବଞ୍ଚି ଥିବା ଯାଏଁ ପ୍ରେମ ବନ୍ଧନ ଟା

ଜିଇଁ ବା ରାସ୍ତା ଦେଖା ଏ।।


ମୋଟା ମୋଟା ସୁନା ଚୁଡ଼ି ଲୋଡା ନାହିଁ

 ପାଣି ଚୁଡ଼ି ମୁଠା ଦୁଇ

ଜୀବ ଥିବା ଯାଏଁ ହାତରେ ଝଟକୁ

  ଭାଗ୍ୟବତୀ ନାରୀ ସେଇ ।।


ପରକୀୟା ପ୍ରୀତି ହାଟ ମଝି ଟାରେ

 ସତୀତ୍ୱ ବନ୍ଧା ପଡ଼ିଛି

ମାନ୍ୟବର ପରା ରାୟ ଦେଇ ଦେଲେ

ଜୟ ପରକୀୟା ପ୍ରୀତି ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational