STORYMIRROR

ABADHOOT PANDA

Inspirational Others

4  

ABADHOOT PANDA

Inspirational Others

ଶାନ୍ତି ଉଦ୍ଦୀପକ ଶିଶିର

ଶାନ୍ତି ଉଦ୍ଦୀପକ ଶିଶିର

2 mins
288

ମମତାର ପୃଷ୍ଟପୋଷକ ହେ ଋତୁ ଶିଶିର 

ଶ୍ରୀଯୁକ୍ତ ସ୍ଫୁର୍ତ୍ତି ଦାୟକ ତୁମେ ସଚରାଚର ll


ଶୃଙ୍ଗାର କର୍ମ ଉଦ୍ରେକ ମଧୁଭ୍ରାତା ହେ ଶୀତ

ଯୁବା ପ୍ରାଣ ଅନୁରଂଜନ ସଦା ତୁମର ବ୍ରତ ll


ଅନାଦି ନୀତି ଚର୍ଯ୍ୟାର ପଞ୍ଚମ ପ୍ରକୃତି ପୁତ୍ର

ଜ୍ୟେଷ୍ଠ ଭ୍ରାତା ପଣେ ଜଗାଅ ପ୍ରଣୟ ସୂତ୍ର ll


କନିଷ୍ଠ ଭ୍ରାତା ବସନ୍ତର ଆଦିକର୍ମ ଆରମ୍ଭ

କରିଛ ସଦା ମନପ୍ରାଣ ଢାଳି ନକରି ବିଳମ୍ବ ll


ତୁମେ ସଦା ଶୀତଳପ୍ରାଣା ହେ ଶୀତ ଶିଶିର

ପିନ୍ଧିଥାଅ ବେକେ ଚିର ବିନ୍ଦୁବିନ୍ଦୁ କାକରମାଳ ll


ତୁମର ଶୀତଳ ଚୁମ୍ବନ ସ୍ପର୍ଶେ ଗ୍ରାମବାସୀ ବୃନ୍ଦେ

ଲଭନ୍ତି କର୍ମ ତତ୍ପରତା ଜୀବିକା ଅର୍ଜନେ ନିର୍ଦ୍ୱନ୍ଦେ ll


ପର୍ବତର ପାଦଦେଶେ ସବୁଜ ବନାନୀ ବୃକ୍ଷ ଗୁଳ୍ମ

ଲୁଚାନ୍ତି ନିଜକୁ କୁଜ୍ ଝଟିକା ବସନେ ବୁଝି ସ୍ଵମର୍ମ ll


ବୃକ୍ଷଳତାଗୁଳ୍ମ ତୃଣ ଆବାଳବୃଦ୍ଧବନିତା ଜଙ୍ଗମ

ତଵ ପ୍ରସାଧନୀ କର ପରଶେ ଦିଶନ୍ତି ମନୋରମ ll


ସାୟଂ କାଳେ ପଲ୍ଲୀ ପରିମଳ,ତୁମ କୋଳାଗ୍ରତେ

ଆଶାର ଆଲୋକ ଜାଳେ ଜାଳି ଅଗ୍ନି ଶିଖା ହାତେ ll


ଦୀର୍ଘ ଶର୍ବରୀର ମନ ଛୁଆଁ ଆସରେ ନବ ଉନ୍ମତ୍ତ

ଯୁଵା ପ୍ରଣୟୀ ଯୁଗଳେ ମଦନ ସ୍ରୋତେ ସୁଭାସିତ ll


ଅନଳସମ ରବି କର ହୁଅଇ ଉଦାସ ହରାଇ ତାପ

ଆଶ୍ୱସ୍ତ ହୁଅନ୍ତି ଜୀବଜଗତ ଲଭି ନବ ପ୍ରାଣ ଚାପ ll


ବୃହସ୍ପତିବାର ମୁରୁଜ ଭରେ ଗୃହାଙ୍ଗନେ ସୁରମ୍ୟତା

କୁଳବଧୂ ବରାଙ୍ଗନାମାନଙ୍କ କଳାକୃତିର ମହାନତା ll


ଗ୍ରାମ୍ୟ କୃଷକ କୃଷିକା ଯାଆନ୍ତି ବିଲକୁ ଠେକା ଭିଡ଼ି

ନକରି ଖାତିରି କୁହୁଡ଼ିଆ ଶୀତକୁ ଚାଷୀ ଟାଣେ ବିଡ଼ି ll


ଗାଁ ପିଲାଏ ଦାଣ୍ଡ ଦୁଆରେ ଜାଳନ୍ତି କାଠି କୁଟା ନଡ଼ା

ନିଆଁ ପୁଅନ୍ତି ସଭିଏଁ ଖୁସି ଗପ ଗପି ପିଲା ଠୁଁ ବୁଢ଼ା ll


ଧନୁ ସଂକ୍ରାନ୍ତି ପାଳନ୍ତି ଲୋକେ ମୁଆଁ ଭୋଗ ଲଗାଇ

ରଙ୍ଗ ବେରଙ୍ଗୀ ପ୍ରକାରିଆ ମୁଆଁ ଲଡ଼ୁ ଖାଇ ଖୁଆଇ ll


ଛୋଟ ପିଲାଏ ଯାଆନ୍ତି ଚାଟଶାଳୀ ବସ୍ତାନି ଝୁଲାଇ

ବାଟ ସାରା ଜଳୀୟବାଷ୍ପ ଧୂଆଁ ପାଟିରୁ ଛାଡ଼ି ଖସାଇ ll


ଗାଁ ପଡ଼ିଆରେ ପିଲାଏ ଦିଅନ୍ତି ସୂତାରେ ମାଞ୍ଜା ବୋଳି

ଗୁଡ଼ାଇ ଲଟେଇରେ ଉଡ଼ାନ୍ତି ଗୁଡ଼ି ଦାଁଓ ପେଞ୍ଚ ଖେଳିll


ମକର ଚାଉଳ ଆଉ ହୋମ ମକର ସଂକ୍ରାନ୍ତି ସହଚର

ଘରେଘରେ ଖେଳାଏ ସୁଖଶାନ୍ତି ଧରମ ଓ ସଦାଚାର ll


ଗୁଡ଼ି ଖେକ ହାର ଜିତର କରି ବିଚାର ମକର ସଂକ୍ରାନ୍ତି

ଶୀତାକ୍ରାନ୍ତ ସୌରମନେ ବଢ଼େ ଦକ୍ଷିଣଗୋଲକ ପ୍ରୀତି l


ପୁରୁଖା ଲୋକେ କମ୍ବଳଚାଦର ନିଜ ଦେହମୁଣ୍ଡେ ଢାଙ୍କି

ଚୌପାଢ଼ିରେ କରନ୍ତି ବିଚାର ଭଲମନ୍ଦ କଥା ନଫାଙ୍କି ll


ଗାଁ ଭାଗବତ ଟୁଙ୍ଗୀରେ ଜମିଯାଏ ଭିଡ଼ ପୁରୁଖାଙ୍କର

ଶିତରାତିରେ ଉଷୁମ ଚିଲମ ଟାଣି ଧାର୍ମିକ ଭାବର ll


ଶୀତର ମହିମା ଅନନ୍ତ ପ୍ରକୃତିଭାରସାମ୍ୟ ରକ୍ଷକ

ପ୍ରତି ବରଷେ ତାର ପଦାର୍ପଣ ହୁଏ ଆମ ଶୁଭ ଚିନ୍ତକ ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational