STORYMIRROR

Manguli Charan Sethy

Inspirational

4  

Manguli Charan Sethy

Inspirational

ଶତ୍ରୁ

ଶତ୍ରୁ

2 mins
290


ଦୁନିଆ ଦାଣ୍ଡରେ ଚାଲି ବାକୁ ହେଲେ

ପାଦ ପକାଇବ ଥିରି

ସୋରିଷ ମାଣ୍ଡିଆ ବିରି ଚଣା ମୁଗ

ରଖୁ ଥିବ ବାରି ବାରି । 1

କେତେ ବେଳେ କିଏ ମାରି ଦବ ଚୋଟ

ଦେହେ ବିଷ ଚହଟିବ

ଆହା କହିବାକୁ ପାଖେ କେ ନଥିବ

କଲ ବଲ ହେଉଥିବ । 2

ନାଗ ସିନା ଦିନେ ଦଂଶନ କରିବ

ଏକ ଦିନେ ଯିବ ପ୍ରାଣ

ନିତି ପ୍ରତି ଦିନ ଦଂଶନ କରନ୍ତି

ନିଜ ପ୍ରିୟ ପରିଜନ। 3

ନିଜ ପ୍ରିୟ ଭାଇ ଜ୍ଞାତି ପରିଜନ

ଶତୃ ଠାରୁ ଭୟଙ୍କର

ନିଜ ନିଜ କହି ବାହାସ୍ପୋଟ ମାରି

ଭିତରୁ କାଟନ୍ତି ଚେର । 4

ନେଡି ଗୁଡ଼ ଯେବେ କହୁଣୀ କି ବୁହେ

କାନ୍ଦି ବାକୁ ପଡେ ନିତି

ନିଶ୍ଚୟ କେ ଜଣେ ଅଚିହ୍ନା ମଣିଷ

ବସାଇବ ନେଇ କତି । 5

ଦୁନିଆ ଦାଣ୍ଡରେ ଅନେକ ମଣିଷ

ଅଛନ୍ତି ମାନବ ଶ୍ରେଷ୍ଠ

ହାତ ବଢାଅନ୍ତି ଅଯାଚିତ ଭାବେ

ଦେଖିଲେ ଅନ୍ୟର କଷ୍ଟ । 6

ଲୋଭ ମୋହ ମାୟା ବନ୍ଧନରେ ରହି

ପ୍ରାଣୀ ହୁଏ ଛଟପଟ

ତ୍ରାହି ତ୍ରାହି ଡାକେ ଆତୁର କଣ୍ଠରେ

ଯେବେ ସେ ନପାଏ ବାଟ । 7

ଠାକୁର ଙ୍କୁ ଡାକେ ଠାକୁରାଣୀ ଡାକେ

ଛାତି ରେ ମାରିକି ହାତ

ଲାଭ ତ ମିଳେନି ଯାହାକୁ ଡାକିଲେ

ହୁଏ ଖାଲି ହନ୍ତସନ୍ତ । 8

ନିଜ ସଂସାରକୁ ଭାଗ କରି ଦିଅ

ଗୋଟି ଗୋଟି କରି ଚାରି

ନିଜ ପାଖେ ରଖ ଦୁଇ ଗୋଟି ଭାଗ

ପ୍ରିୟେ ଭରସା ନକରି । 9

ସଂସାର ହାଟରେ ଦେଖୁଛୁ ସଭିଏଁ

ପ୍ରିୟ ମାରୁ ଛନ୍ତି ଚୋଟ

ଏଇ ନିୟମରେ ଶେଷ ଯାତ୍ରା ଯାଏ

ପରିଷ୍କାର କର ବାଟ । 10

ଶତ୍ରୁ କେଉଁ ଠାରୁ ବାହାରୁ ଆସେନି

ଆତ୍ମଜ ଢିଙ୍କି କୁମ୍ଭୀର

ଓର ଉଣ୍ଡି ଥାନ୍ତି ଦୁର୍ବଳ ମୁହୂର୍ତ୍ତେ

କରନ୍ତି ଶକ୍ତ ପ୍ରହାର। 11

ପୁଅ ମାରେ ଚୋଟ ଝିଅ ମାରେ ଚୋଟ

ମାରେ ଚୋଟ ଜନ୍ମ ଦାତା

ସହୋଦର ଚୋଟ କାହାର କେମିତି

କସା ଖଟା ମିଠା ପିତା । 12

ଆପଣା ସୁନା ଟା ଭେଣ୍ଡି ହେଇଯାଏ

ଭେଣ୍ଡି ରେ କି ଲାଭ ଥାଏ

ସମୟ ଚକ ରେ ପେଶି ହେଇଯାଏ

କାଉ କି କୋଇଲି ହୁଏ ।। 13


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Manguli Charan Sethy

ଶତ୍ରୁ

ଶତ୍ରୁ

2 mins ପଢ଼ନ୍ତୁ

Similar oriya poem from Inspirational