Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sarojini Mishra

Inspirational

4  

Sarojini Mishra

Inspirational

ମାନବ ସେବା ମାଧବ ସେବା

ମାନବ ସେବା ମାଧବ ସେବା

2 mins
313



ସେବା ଶବ୍ଦ ଟିର ଏତେ ଯେ ମହତ୍ତ୍ଵ

ସେ ଅଟେ ଚିର ସୁନ୍ଦର

ବହୁ ସମସ୍ୟାର ସମାଧାନ ରାସ୍ତା

ସେବା ଶବ୍ଦଟିରେ ସ୍ଥିତ ।


ଋଷି ପ୍ରତିମ ସେ ସର୍ବଶ୍ରେଷ୍ଠ ଗୁରୁ

ବିବେକାନନ୍ଦ ପ୍ରବର

ତାଙ୍କ ଅନୁଭୂତି ଅନୁଭବରୁ ଯେ

ଏହି ଉକ୍ତି ଟିର ଯାତ ।


ଅବକ୍ଷୟୀ ସମାଜର ପ୍ରବାହରେ

ଋଷି ପ୍ରତିମ ଙ୍କ ଜନ୍ମ

ମାନବ ସେବାକୁ ମାଧବ ସେବା ଯେ

କହିଲେ ଜ୍ଞାନୀ ପ୍ରବିଜ୍ଞ ।


ସକଳ ଘଟରେ ନାରାୟଣ ସ୍ଥିତ 

କୁହଇ ଶାସ୍ତ୍ର ପୁରାଣ

ଜୀବେ ଦୟା ବୋଲି ଧର୍ମ କହୁଥାଏ

ସେବା ହିଁ ପରମ ଧର୍ମ ।


ଏ ସୃଷ୍ଟି ସମ୍ପଦ ଗିରି, ନଦୀ , ବନ

ସବୁ ମାଧବଙ୍କ ସୃଷ୍ଟି

ତା ମଧ୍ୟରେ ଶ୍ରେଷ୍ଠ ଜୀବ ଯେ ମାନବ

ପ୍ରଭୁଙ୍କ ଅନନ୍ୟ ସୃଷ୍ଟି ।


ସବୁଠାରେ ପରା ତାଙ୍କରି ପରଶ 

ସବୁଠି ତାଙ୍କର ସ୍ଥିତି

ସେବା ଦାନ ଦେଇ ସୃଷ୍ଟିକୁ ରଖିଲେ

ମିଳେ ତାଙ୍କ ଅନୁଭୂତି ।


ସେବାମୟ କର୍ମ ସେବା ମୟ ଧର୍ମ

ଜୀବନେ ଭରେ ସନ୍ତୋଷ

ମାଧବ ଦତ୍ତ ଯେ ସର୍ବ ଇନ୍ଦ୍ରିୟକୁ

ସେବାରେ କର ଉତ୍ସର୍ଗ ।


ସେବା ଦାନ ଦେଇ ଭୋକିଲା ମୁହଁରେ

ହସ ଫୁଟାଇ ତ ଦେଖ

ପ୍ରେମ ମୟ ସେବା ବାଣ୍ଟି ଦେଇ ଦେଖ

ହୃଦ ହୋଇବ ପ୍ରଫୁଲ୍ଲ ।


ବିପଦ ସମୟେ ସାହସର ସେବା

ହାରିବାରେ ମନୋବଳ

ନିରାଶ୍ରୟ ପ୍ରାଣେ ଆଶା ଓ ଭରସା

ମନକୁ କରେ ଶୀତଳ ।


ସେବା ମଣିଷର ପରମ ଧରମ

ସେବାରେ ମିଳଇ ଶାନ୍ତି

ସେବା ମନୁଷ୍ୟର ପ୍ରକୃଷ୍ଟ କରମ

ମିଳେ ଚିରନ୍ତନ ମୁକ୍ତି।


ସେବା ଖୋଲି ଦିଏ ଶ୍ରଦ୍ଧାର ଭଣ୍ଡାର

ସେବା ବି ସମ୍ମାନ ଦିଏ

ସେବାର ମହକ ସୁଦୂର ପ୍ରସାରୀ

ଚତୁର୍ଦ୍ଦିଗେ ଖେଳୁ ଥାଏ ।


ସେବା ଦାନେ ପୁଣି ମାନବ ମୁଣ୍ଡରେ

ଆଶିଷ ଝରଣା ଝରେ

ସେଇ ଝରଣାରେ ଗାଧୋଉ ଗାଧୋଉ

ଆତ୍ମାରେ ଶାନ୍ତି ବିରାଜେ ।


ମାଧବଙ୍କ ସ୍ପର୍ଶେ ଏ ସୃଷ୍ଟି ସମୃଦ୍ଧ

ଆମର ଏ ଚତୁଃର୍ପାଶ୍ୱ

ତାଙ୍କରି ସନ୍ତାନେ ସେବା ଦାନ କଲେ

ହୋଇଥାନ୍ତି ସେ ସନ୍ତୁଷ୍ଟ ।


ବିଭୁ ଦତ୍ତ ଯେତେ ଇନ୍ଦ୍ରିୟ ରାଜି ଯେ

ସେବା ପାଇଁ ତ ଉଦ୍ଦିଷ୍ଟ

ଦେଇଛନ୍ତି ପ୍ରଭୁ ସୁକାର୍ଯ୍ୟେ ଲଗାଇ

ହୋଇବା ଆମେ ସ୍ଵତନ୍ତ୍ର ।


ଅନ୍ତର ଭିତରେ ମାଧବଙ୍କ ପାଇଁ

ଯଦି ଆସ୍ଥା ରହି ଥାଏ

ମାନବ ସେବାରେ ବ୍ରତୀ ହୋଇଗଲେ

ମାଧବ ସେବା ପାଇବେ ।


ସେବା ମନୋଭାବ ହୃଦୟରେ ଥିଲେ

ସର୍ବ ଘଟେ ନାରାୟଣ

କାର୍ପଣ୍ୟ ନକରି ସାମର୍ଥ୍ୟ ହିସାବେ

କରିହେବ ସେବା ଦାନ ।


ଘରେ ଘରେ ଉଭା ଚଳନ୍ତି ଠାକୁର

ତାଙ୍କରି ସେବା କରିବା

ମଠ, ମନ୍ଦିରକୁ ଯାଇ ବି ନ ହେଉ

ହୃଦେ ମାଧବ ପାଇବା ।


ଆମର ସଂସ୍କୃତି ଆମ ପରଂପରା

ସେବା ଭାବରେ ବନ୍ଧିତ

ଆମ ଜୀବନର ସେବା ବ୍ରତ ହେଉ

ମାଧବ ହୁଅନ୍ତୁ ତୁଷ୍ଟ ।



Rate this content
Log in

Similar oriya poem from Inspirational