ଶାନ୍ତି ତୁମେ କେଉଁଠି
ଶାନ୍ତି ତୁମେ କେଉଁଠି
ତୁମକୁ ଖୋଜିଲି ଘୋର ଅରଣ୍ୟରେ,ମୁନିର ଭାବନା ନେଇ ତୁମକୁ ଖୋଜିଲି ମନ୍ଦିର ଭିତରେ, ବହେ ଆଖିଲୁହ ଦେଇ।
ତୁମକୁ ଖୋଜିଲି ପ୍ରେମୀଗହଣରେ,ଜିଜ୍ଞାସାର ରସ ଢାଳି ତୁମକୁ ଖୋଜିଲି ସ୍ତ୍ରୀ ବଦନରେ, କାମୁକର ବହ୍ନି ଜାଳି। ।
ତୁମକୁ ଖୋଜିଲି ବସନ୍ତ ପବନେ ମୁକ୍ତ ଗଗନେ କବିର ହୃଦୟେ ଯାଇ,
ତୁମକୁ ଖୋଜିଲି ଜହ୍ନ ଆଲୁଅରେ ଏକାକୀ ରାତିରେ ବିରହର ଗୀତ ଗାଇ ।
ତୁମକୁ ଖୋଜିଲି ବିରାଟ ପ୍ରାସାଦେ ଅଜସ୍ରଯୋଶେ ଅର୍ଥଗାଦିରେ,
ତୁମକୁ ଖୋଜିଲି ସାଙ୍ଗ ଗହଣରେ ମେଳାପି ପଣରେ ।
ତୁମକୁ ଖୋଜିଲି ଆଧୁନିକ ମଦ ମାଂସରେ ଆଉ ରଙ୍ଗମଞ୍ଚରେ,
ତୁମକୁ ଖୋଜିଲି ଅନେକ ମାନବ ବିମୋହିତ ଯନ୍ତ୍ରାଂଶରେ ।
ଥକିହାରି ଯେବେ ଶୋଇଲି ମୁଁ ଯାଇ ମୋହୋରି ମାର କୋଳେ ,
ଦେଖିଲି ସେଠିତ ସର୍ଗ ବିରାଜିତ କୋଉ ଶାନ୍ତି ତାକୁ ବଳେ ।
