ଭାବଗ୍ରାହୀ 'ହେ'
ଭାବଗ୍ରାହୀ 'ହେ'
ଭାବଗ୍ରାହୀ ହେ'ଭାବ ତୁମେ ବୁଝିପାର
ବୁଝି କି' ପାରୁନ କାହିଁ ଭାବକୁ ମୋର
ଭାବଗ୍ରାହୀ ହେ ଭାବତୁମେ
ଚିନ୍ତା ତୁମେ ଚେତନାର, ବିଶ୍ବାସ ମୋ ଭରସାର
ଜ୍ଯୋତି ତୁମେ ଅନ୍ଧାର ର, ତୁମେ ପଥ ଆଲୋକର
ପରଂବ୍ରହ୍ମ,ଅଣାକାର ନିରାକାର, ନିର୍ବିକାର
ଭାବ ବନ୍ଧନରେ ବନ୍ଧା ତୁମେ ଭକ୍ତର
ଭାବଗ୍ରାହୀ ହେ' ଭାବ
ପାରୁନ କି ଦେଖି ତୁମେ ହୃଦୟ ମୋର ।
ଆଖିରେ ଶ୍ରାବଣ ବାରୀ ,ଆବେଗେ ପଡୁଛି ଝରି
ଯାଇ ମୁଁ ପାରୁନି ତୁମ ,ଶୀରି କ୍ଷେତର
ସଂସାର ଜଞ୍ଜାଳେ ଛନ୍ଦି, ପାଦକୁ ଦେଇଛ ବାନ୍ଧି
ମନକୁ କରିଛ ମୋର, ଭବ ସାଗର
କେମିତି କରିବି ଟିକେ, ଦର୍ଶନ ତୋର
ପରଖୁଛ ମୋ ଭାବକୁ ଥରକୁ ଥର
ଅଭାବ କି ରହିଗଲା ଭାବରେ ମୋର,
ଭାବ ଗ୍ରାହୀ ହେ ଭାବ ତୁମେ
ବୁଝି କି' ପାରୁନ କାହିଁ ଭାବକୁ ମୋର ।
ଭାବକୁ ନିକଟ ହୁଅ ,ଅଭାବେ ଦୁରେଇ ଯାଅ
ଭକ୍ତ ର ହୃଦୟ ଚିହ୍ନି ,ନିଅ କୋଳେଇ
ହାତଧରି ପଥ ତୁମେ ,ଦିଅ ବତେଇ
ଲୀଳାମୟ ତୁମେ ପ୍ରଭୁ ,କଳା କହ୍ନେଇ
ଦୁଃଖ,ସୁଖ ଦେଖୁ ଥାଅ ପାଖରେ ରହି
ପ୍ରଣତି ବାଢୁଛି ବାରେ ,ଶିର ନୁଆଇଁ ,
ଅନୁଗ୍ରହ କରିବ ହେ' କଳା ଗୋସାଇଁ
ତୁମଦିଆ ଦାନ ଏଇ ଜୀବନ ମୋର
ତୁମେ ସତ୍ୟ , ସନାତନ ଶିବ ସୁନ୍ଦର
ଭାବଗ୍ରାହୀ ହେ' ଭାବ ତୁମେ
ବୁଝିକି ପାରୁନ କାହିଁ ଭାବକୁ ମୋର ।
ତୁମ ନାମ ଅଣାକାର,ଗତି ମୁକତିର ଦ୍ବାର
ସ୍ରଷ୍ଟାତୁମେ ଏ ସୃଷ୍ଟିର, ଭାବ ଆଉ ଭାବନାର
ଅନୁଭବେ ଉଦ୍ଭାସିତ,ଦିବ୍ୟ ଜ୍ଞାନର
ତୁମେଏକା ସତ୍ୟ , ଅନିତ୍ୟ ସଂସାର
ଧନ୍ଯ ମହାପ୍ରଭୁ ଧନ୍ଯ, ଲୀଳା ତୁମର
ଅମୃତ କୈବଲ୍ଯ ତୁମ, ଭାରି ମଧୁର
ଅପଲକ ନେତ୍ରେ ଦେଖ ,ସଚରାଚର
ଅପାର ମହିମା ତୁମ ,କାହାକୁ ବା'ଅଗୋଚର
କି ବର୍ଣ୍ଣି ପାରିବି ମୁହିଁ, ମଣିଷ ଛାର
ତୁମ ପାଇଁ ଏ ଭବରେ ସୃଷ୍ଟି ସୁନ୍ଦର
ନିରନ୍ତରେ ରହି ଥାଅ, ହୃଦୟେ ମୋର
ତୁମେ ଆତ୍ମା ମୁଁ ଶରୀର,
ଜଗତେ ବୋଲାଉ ଥାଅ, ବଡ ଠାକୁର
ଭାବ ବନ୍ଧନରେ ବନ୍ଧା,ତୁମେ ଭକ୍ତର
ଶ୍ରୀ ପୟରେ କରୁଛି ମୁଁ କୋଟି ଜୁହାର
ଭାବଗ୍ରାହୀ ହେ ଭାବ ତୁମେ
ବୁଝି କି'ପାରୁନ କାହିଁ ଭାବକୁ ମୋର
ଅଭାବ 'କି'ରହିଗଲା ଭାବରେ ମୋର ।
