STORYMIRROR

Samita Swain

Children

3  

Samita Swain

Children

ମୁଁ କନ୍ୟାଭ୍ରୁଣ

ମୁଁ କନ୍ୟାଭ୍ରୁଣ

1 min
188

ମା' ତୋତେ ମୋର ରହିଲା ରାଣ

ତୋ ଗର୍ଭରେ ବଢୁଛି ମୁଁ କନ୍ୟାଭ୍ରୁଣ...

ଯିଏ ଯାହାକହୁ ପଛେ 

ଶୁଣିବୁନି କାହା କଥା  

କରିବୁନି ମୋତେ ହତ୍ୟା

ଦେଖାଇବୁ ତୁ ମୋତେ 

ଏ ଦୁନିଆ ଆଲୋକ .....

ମୁଁ'ପରା ତୋର ସ୍ୱାଭିମାନର ପ୍ରତୀକ

କାହିଁକି ଏଇ ସମାଜ  

କନ୍ଯାକୁ ଭାବୁଛି ତୁଛ 

କରୁନି ମୋତେ ଆଦର 

ଏତେ କରେ ଅବିଚାର

କନ୍ୟା ପରା ସୁନା ଧନ ରତ୍ନଠୁ ଅଧିକ।।

ମା' ତୋତେ ମୋର ଅନୁରୋଧ  

ତୁ' ତ ସୃଷ୍ଟିର ଆଧାର ଶକ୍ତିର ମୂଳାଧାର 

ଦେଖାଇ ଦେ ତୋ ଶକ୍ତି 

କେତେ ତୋର କରାମତି 

କହି ଦେ ତୁ ଥରେ ପରିବର୍ତ୍ତନର ସ୍ୱରେ

ଏ ମାହାର୍ଘ୍ୟ ମୁହୂର୍ତ୍ତରେ 

ପାପୁଲିଏ ସରାଗରେ

କନ୍ୟା ଅଟେ କମଳିନୀ 

ଅମୁଲ ତା ମୂଲ

ଆଉ କିଏ ହେବ କ'ଣ

ତା ସମତୁଲ......??

ସେ ଅଟେ ସ୍ଵୟଂସିଦ୍ଧା 

ଦୂର କରି ସବୁ ବାଧା

ଦୁଇ କୂଳ ଛୁଇଁ ଯିବ ଆଗକୁ ଆଗକୁ

ସ୍ୱର୍ଣ୍ଣାଭ ସ୍ୱାକ୍ଷର ଆଙ୍କି

ଅସାମାନ୍ୟ ପ୍ରତିଭାର ସ୍ଵତନ୍ତ୍ର ସ୍ଥାନକୁ

ମା" କହିଦେ ତୁ ଥରେ....

କନ୍ୟା ପରା ଅଟେ ରତ୍ନ ମହା ମୂଲ୍ୟବାନ୍



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children