STORYMIRROR

Samita Swain

Tragedy

3  

Samita Swain

Tragedy

ପଚାରନା ଠିକଣାକୁ ମୋର

ପଚାରନା ଠିକଣାକୁ ମୋର

1 min
232

ସପ୍ତରଙ୍ଗ ଦେହେ ମାଖି ଋତୁ ଆସିଥାଏ

ମନ ଆଉ ହୃଦୟକୁ ଭିଜେଇ ସେ ଦିଏ।।

ଗାରେ ସିନ୍ଦୂର ଧାରେ ଲୁହକୁ 

ତାଲା ପକେଇ ଆସିଛି ମୁଁ 

ସପନ ସହରେ ସାଉଁଟିବି ଅତୀତକୁ 

ସୁନେଲି ସଞ୍ଜରେ ସେଇ ଘର ସେଇ କାନ୍ଥ

ଚଟାଣ ବି ସେଇ ଖାଲି ଯାହା ବଦଳିଛି

ମୋର ଅନ୍ତପୁର ମିଳନର ମହକରେ 

ହେଉନି ବିଭୋର........।।


ଜଳୁଛି ସେ ନିଃସଙ୍ଗ ନିଆଁରେ, 

ପତଙ୍ଗଟେ ହୋଇ ବୈଶାଖର ତାତି କେତେ 

ମାପିବାର ପାଇଁ ଧୂ ଧୂ ଖରାରେ ହୋଇ ଫଟାଭୂଇଁ.,.....।।


ପଚାରନା ଠିକଣାକୁ ମୋର,

ପ୍ରେମ ସେ'ତ ଏନ୍ତୁଡି ଯୁଇର

ଝରା ପତରରେ ଲେଖା ଶେଷ ଇସ୍ତାହାର, 

କାକର ଓଠରୁ ଝରା ପ୍ରୀତିର ମଦିରା, 

ବିଛାଡି ହୋଇ ପଡିଛିମନର ଟୁକୁରା,

ଖିଆଲୀ ପଣରେ ଛନ୍ଦ ରାଗିଣୀ ବେସୁରା ,

କାମନାର ଅନ୍ଧାରରେ ଦେହର ଛାଇଟା 

ଖେଳୁଥିଲା ଢେଉ ଲହରୀରେ, 

ଲୁହର ହିସାବପତ୍ର ଆଖି ଦୁଇଧାରେ, 

ଶୂନ୍ୟତାର ନିରବ ଛାତିରେ .......... ।।


କେବେକେବେ ଜଳିଜଳି ଲଭିବା ଆଗରୁ

ଏଇ ପ୍ରିୟ ପରିଧି ଭିତରୁ  

ଜୀବନ ପାଲଟି ଯାଏ ଇତିହାସ ,  

ବର୍ତ୍ତମାନର ସାଦା କାଗଜରେ 

ବିଷାଦର ପବିତ୍ର ପାପରେ

ମାପା ହୋଇନଥିବା ମିଳନର ଦୂରତା ଭିତରେ...........।।


ଭାରି ଭାରି ଲାଗୁଥିବା ଉଦାସ ଶବ୍ଦର 

ମାଳା ହୋଇ ଝୁଲୁଥିବା କୁଆଁରୀ ମାଆର  

ବେଦନାର ଚାରିକାନ୍ଥ ହୃଦୟର କଥା,

ବିତିଲା ଦିନର ଉଜୁଡା ମନକୁ ନେଇ,

ଯନ୍ତ୍ରଣାର ଜଉଘରେ ନିଆରା ଗ୍ରହରେ, 

ମୁକ୍ତିର ଅପେକ୍ଷାରତ ନୂଆ ପରିକଳ୍ପନାର

ସେଇ ଭାଷା, ସେଇ ଚିତ୍ର , 

ଦୁନିଆ ହାଟରେ କଡ ଲେଉଟାଏ ସ୍ବପ୍ନ 

ସବୁ ଶେଷପରେ ଜଳନ୍ତା ଯୁଇରେ  

ଝରାଫୁଲ ଝରି ଯାଏ ସ୍ବପ୍ନର ସହରେ 

ପ୍ରେମ ନଗରୀରେ......।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy