STORYMIRROR

Samita Swain

Children

4  

Samita Swain

Children

ସବୁ ତୁମରି ଲୀଳା

ସବୁ ତୁମରି ଲୀଳା

1 min
366

କେଡେ ସୁନ୍ଦର ସାରା ସଂସାର 

   ଏ ବିଶ୍ବ ଦରବାର

ଧରା ହସଇ  ଶସ୍ଯ ଫଳାଇ

    ମୁଖେ ଦେଇ ଆଧାର।।


ସୂରୁଜ,ଚନ୍ଦ୍ର  ଆଲୋକ ଢାଳି

    ଅନ୍ଧାର ଦୂର କରି

ସପନଫୁଲ ଫୁଟେଇ ଦିଏ

   ମନରେ ଆଶା ଭରି।


ବିଭବ ଭରା  ସାମ୍ଯ ସରଣୀ

   ସାଗର ବୁକେ ମୁକ୍ତା

ତରଙ୍ଗ ତାଳେ ଲହରୀ ମାଳା

   ସାମୁକା ଆକ୍ତା ମାକ୍ତା।।


 ଫୁଲ ଫଳର  ଉପ ବନରେ

   ବିଶାଳ ବନସ୍ପତି 

ସୃଜି ଦେଇଛ ପଙ୍କରେ ପଦ୍ମ

  ଭାବ, ମମତା,ପ୍ରୀତି।।


କେତେ ଆନନ୍ଦ  ଧର୍ମର ପଥ

   ପବିତ୍ର  ଜଳଧାର

ଧରଣୀ ମାତା  ଛାତିକୁ ଚିରି

   ଝରଇ ଝରଝର ।।


ଅୟମାରମ୍ଭ  ଓଁକାର ମନ୍ତ୍ର 

  ମୋକ୍ଷଲାଭର ମାଳା

ସୃଷ୍ଟି ସ୍ଥିତିର ହେ ସୁତ୍ରଧର

   ସବୁ ତୁମରି ଲୀଳା।।


Rate this content
Log in

Similar oriya poem from Children