ଶିଶୁଟିଏ ତା'ର ଆଶା
ଶିଶୁଟିଏ ତା'ର ଆଶା


ସତ ନ୍ୟାୟ ସଂସ୍କାର ପଥ ଶିକ୍ଷା,
ମଣିଷକୁ ଜ୍ଞାନ ଦୀପ୍ତ କରେ,
ଶିକ୍ଷା, ଅନ୍ଧାରରୁ ମଣିଷ ସମାଜକୁ
ପହଂଚାଏ ଆଲୋକରେ |
ଜ୍ଞାନପ୍ରାପ୍ତ ହେଲେ ତାକୁ ସଜାଏ
ଛନ୍ଦରେ, ତାଳରେ, ଲୟରେ,
ଉଦଭାସିତ କରେ ସମଗ୍ର ସମାଜକୁ
ପ୍ରାପ୍ତ ଜ୍ଞାନାଲୋକରେ |
ଇଛା ପ୍ରତ୍ୟେକ ଶିଶୁର ଭବିଷ୍ୟତେ
ହେବ, ବୈଜ୍ଞାନିକ ବା ଡାକ୍ତର
ଅବା ସୈନିକ ବା ବୈଜ୍ଞାନିକ ବା
କୃଷକ, କାରିଗର |
ଭବିଷ୍ୟତ ତାର, ହାତ ଠାରି ତାକୁ
ପରା ଡାକୁଛି,
ଦାରିଦ୍ର୍ୟତା ଯୋଗୁ, ସେ ଆଜି ବିଡି
ଶ୍ରମିକ ସାଜିଛି |
ଆଇନ୍ ତ ବହି ଭିତରେ ବାଳୁତ କାଳେ
ଶ୍ରମ ମନା ହୋଇ ରହିଛି,
କିନ୍ତୁ ଜଟିଳ କାମଜ୍ୱାଳାରେ ବାଳ ଶ୍ରମିକ
ଖାଲି କାନ୍ଦୁଛି |
ଶିଶୁଟିଏ,
ମନ ତାହାର କୋମଳ, ହୃଦୟ ଅଟେ
ସରଳ ସ୍ଵଚ୍ଛ ସୁନ୍ଦର
ଆଗାମୀ ପୀଢ଼ିର ସେଇ ଅଟଇ ପରା
ଦେଶର କର୍ଣ୍ଣଧାର |
ଶିଶୁ ଦିବସରେ କେତେ ଫମ୍ପା ଭାଷଣ
ସେ ଶୁଣି ଆସିଛି
ଆଇନ୍ ବହି ଭିତରେ ବହୁ ପ୍ରକାର ଦଣ୍ଡ
ଭରି ହୋଇ ରହିଛି |
କିନ୍ତୁ କୁଲି କାମ କରି କରି କରି ଅବଶେ
ଖାଲି କାନ୍ଦୁଛି
ଦେଖ ତା ପରି ପିଲା ସବୁ ବ୍ୟାଗ୍ ଧରି
ଇସ୍କୁଲ ଯିବା ଦେଖୁଛି |
ସେମାନଂକର ବାପା ମାଆ ମାନେ
ପିଲାକୁ ଛାଡିବା ଦେଖୁଛି
ବାଲ୍ୟକାଳୁ ସେ ଶ୍ରମିକ ହୋଇ ସେ
ପରିବାରକୁ ପୋଷୁଛି |
ସକାଳରୁ ରାତି ଅନ୍ଧାର ଯାଏ ମାଲିକ
ର ନିର୍ଯ୍ୟାତନା ସହୁଛି
ଦୋଷ କଅଣ ତାର, କଥାଟିକୁ ମନେ
ମନେ ସଦା ଭାବୁଛି |
ଶିଶୁଟିଏ,
ଶିଶୁର ସର୍ବଗୁଣ
ଉନ୍ନତିରେ ସର୍ବଦା
ଦେଶର ଉନ୍ନତି ହୁଏ
ସାମଗ୍ରିକ ଭାବେ ଶିକ୍ଷା ପାଇଲେ ଏକ
ଅମ୍ବୃତମୟ ଦୁନିଆ ଗଢ଼ି ହୁଏ |
ସେ ତ ଶିଖିବା ଦରକାର, ନମ୍ରତା ଓ
ସତ୍ୟବାଦୀତାକୁ
କାଳଜୟୀ ହୁଏ ବିଚାରକୁ ନେଲେ ତା
ଲୁକ୍କାୟିତ ପ୍ରତିଭାକୁ |
ଧରମ ଓ ଆଇନ୍ ବହି ଭିତରେ ଅନେକ
ଭରି ରହିଛି ବ୍ୟବସ୍ଥା
ପ୍ରଶ୍ନ ଆଶେ, ଆମେ କେତେ ଦେଖାଉ
ଅଛେ ଆନ୍ତରିକତା |
ହୋଟେଲରେ ଧୁଆଧୋଇ କାମରେ
ଖାଲି ଘାଣ୍ଟି ହୋଇଛି
କମାର ଶାଳର କଠିନ କାମ ମଧ୍ୟରେ
ସେ ଖାଲି କାନ୍ଦୁଛି |
ତାର ଲୁକ୍କାୟିତ ପ୍ରତିଭାକୁ ଆଣିବା
ପାଇଁ ଲୋକଲୋଚନକୁ
ଛାତିରେ ହାତ ରଖି କୁହ କେତେ ଜଣ
ଆମେ ନେଉଛେ ବିଚାରକୁ |
ଶିଶୁଟିଏ,
ତାର ଆତ୍ମା ଭିତରେ ଭର୍ତ୍ତି ହୋଇଅଛି
ବହୁ ଉନ୍ନତିର ସମ୍ଭାବନା
ଆଗକୁ ବଢ଼ିବ, ଦେଶକୁ ଗଢିବ, ମାଟି
ମାଆକୁ ମଣିବ ଆପଣା |
ଧରମ ଓ ଆଇନ୍ ର ବହି ଭିତରେ ନୀତି
ଭରି ହୋଇ ତ ରହିଛି
କିନ୍ତୁ କୁହ କିଆଁ ଇଟା ଭାଟିର କାମର
ମଧ୍ୟରେ ସେ ଖାଲି କାନ୍ଦୁଛି |
ଜଳୁଛି ମନ, ଅନ୍ଧାର ଭିତରେ ଇଛା,
ଆଲୋକିତ କରିବ ସମାଜକୁ
ଇଛା ଅଙ୍ଗିକାରବଦ୍ଧ ହେବ, ଦୂର କରିବ
ଭ୍ରଷ୍ଟାଚାରୀ, ଦୁର୍ନୀତି ଦୁଷ୍କର୍ମୀକୁ |
ଆଶା ତାର, ଦୂର ହେବ ଅନ୍ଧାର, ମୁକ୍ତି
ମିଳବ କଳଙ୍କମୟ ଅଧ୍ୟାୟରୁ
ଅଛନ୍ତି ଯେତେ ତା ପରି କୁନି କୁନି ପିଲା,
ଦିନେ ପାଇବେ ମୁକ୍ତି ଅନ୍ଧାରରୁ |
ସେ ସମାଜର ମୁଖ୍ୟସ୍ରୋତରେ ସାମିଲ
ହେଲେ କେତେ ଭଲ ହୁଅନ୍ତା
ହେ ସାହିତ୍ୟିକ, ମନରେ ଭୟ ନରଖ,
ଦିଅ ଦେଶ ପାଇଁ ଏଇ ବାରତା l