STORYMIRROR

Samita Swain

Children Stories

4  

Samita Swain

Children Stories

ଅନନ୍ଯ ଅନ୍ଯତମ

ଅନନ୍ଯ ଅନ୍ଯତମ

1 min
382


କହୁଛି ଆଜି ଗୋଟିଏ କଥା

   ପିଲାଏ ତୁମେ ଶୁଣ

ପୁରୀ ଜିଲ୍ଲାରେ ଜନମି ଥିଲେ

   ସୁଆଣ୍ଡୋ ଗ୍ରାମେ ଜାଣ।।


ପିତାଙ୍କ ନାମ ଦୈତାରୀ ଦାସ

   ସ୍ବର୍ଣ୍ଣ ମାତାଙ୍କ ନାମ 

ଦୁଃଖୀ,ଦରିଦ୍ର ବନ୍ଧୁସେ ଥିଲେ

     ଅନନ୍ଯ ଅନ୍ଯତମ।।


ମୁକ୍ତି ସଂଗ୍ରାମେ ସାରଥୀ ସାଜି

   ସେବାକୁ କରି ବ୍ରତ

ଉତ୍ସର୍ଗ କଲେ ଜୀବନ ତାଙ୍କ 

    ଉତ୍କଳ ପାଇଁ ସେ'ତ।।


ସ୍ଥାପନ କରି ବକୁଳକୁଞ୍ଜେ

    ଆଦର୍ଶ ବିଦ୍ୟାଳୟ

ଶିକ୍ଷା ଦାନର ବ୍ଯବସ୍ଥା କଲେ

   ସେ ଆମ ସ୍ମରଣୀୟ।।


କର୍ମକ୍ଷେତ୍ରରେ ସାଧନା କଲେ

    ତ୍ଯାଗ,ନିଷ୍ଠାର ସହ

କୁସଂସ୍କାର କୁ ଦୂର କରିଲେ

    ଦେହକୁ କରି ଦାହ।।


ଲୋକଙ୍କ ମନେ ନବ ଚେତନା

     ସୃଷ୍ଟି କରିବା ପାଇଁ

ପ୍ରତିଷ୍ଠା କଲେ 'ସମାଜ' ଆମ

     ତୁଳନା ତାଙ୍କ ନାହିଁ।।


ସ୍ବପ୍ନ ତାଙ୍କର ଦେଶ ସ୍ବାଧୀନ 

   ସ୍ବଦେଶ ପ୍ରୀତି ଭାବ

ଜାତୀୟସ୍ତରେ ଐକ୍ଯ ପ୍ରତିଷ୍ଠା

   ଶାନ୍ତି,ମୈତ୍ରୀର ଭବ।।


ଜୀବନ କୁ ସେ ବାଜି ଲଗେଇ

     କାରା ବରଣ କଲେ

ଲେଖିଲେ ସେଠି "କାରାକବିତା"

    ଆହ୍ବାନ ଭରି ଦେଲେ।।


ପର ଆପଣା ନଥିଲା ତାଙ୍କ 

   ଥିଲେ ସେ ସଂଗଠକ 

ଓଡ଼ିଆ ଜାତି ଗର୍ବ ଗୌରବ

    ଶିକ୍ଷାର ସଂସ୍କାରକ।।


ଆଦର୍ଶ ତାଙ୍କ ବିଚାର ଧାରା 

     ସ୍ବତନ୍ତ୍ର ଭାଷା ଜ୍ଞାନ 

ଜନ ସେବକ ଉତ୍କଳ ମଣି

    ପ୍ରଣାମ ଆମ ଘେନ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍