STORYMIRROR

Samita Swain

Abstract

4  

Samita Swain

Abstract

ଅମୃତ ସାଗର

ଅମୃତ ସାଗର

1 min
310

ଶ୍ରୀରାମଙ୍କ ଗୁଣ ଗାଥା ନାମର ମହିମା

ଅମୃତ ସାଗର ଅଟେ ନାହିଁତାର ସୀମା।।


ରଘୁକୁଳ ତିଳକ ସେ ରାଜୀବ ଲୋଚନ

ମର୍ଯ୍ୟାଦା ପୁରୁଷୋତ୍ତମ ସ୍ବୟଂ ଭଗବାନ।।


ମଧୁମାସ,ଶୁକ୍ଳପକ୍ଷ ନବମୀ ତିଥିରେ

ଜନମ ଲଭିଲେ ପ୍ରଭୁ ଅଯୋଧ୍ୟାନଗରେ।।


ଶୋଭାମୟ ଲାଗେ ସର୍ବ ଉତ୍ସବମୁଖର 

ମନ୍ଦ ମନ୍ଦ ବହୁଥାଏ ଶୀତଳ ସମୀର।।


ସକଳ ଗୁଣ ରହିତ ଚତୁର୍ଭୁଜ ଧାରୀ

ଆବିର୍ଭୂତ ହେଲେ ଦେବ ହୋଇ ଅବତାରୀ


ଆନନ୍ଦରେ ମହାନନ୍ଦ ଅଯୋଧ୍ୟାର ପୁର

ସୂର୍ଯ୍ୟବଂଶେ ଜନମିଲେ ଚାରିଟି କୁମର।।


ସର୍ବ ହୃଦୟକୁ ପ୍ରଭୁ କରନ୍ତି ରମଣ

ସେଥିପାଇଁ ନାମ ହେଲା ରାମଚନ୍ଦ୍ର ଜାଣ।।


ଶ୍ଯାମ ବର୍ଣ୍ଣ ରୂପକାନ୍ତି ଦିବ୍ଯ ଅବୟବ

ଅବର୍ଣ୍ଣନୀୟ ଅଟଇ ଭବ୍ଯ ଅନୁଭବ।।


ସର୍ବ ଶୋଭାର ଆଧାର କରୁଣା ନିଧାନ

ଦେଖି ବିମୋହିତ ହେଲେ ପୁରପରିଜନ।।


ଅନନ୍ତ ମହିମାମୟ କୌଶଲ୍ୟା ନନ୍ଦନ 

ଭାତୃପ୍ରେମରେ ଅଟନ୍ତି ଭବ୍ଯ ନିଦର୍ଶନ।।


ପିତୃସତ୍ଯ ପାଳି କଲେ ବନକୁ ଗମନ

ସଙ୍ଗେନେଇ ମାତା ସୀତା ଅନୁଜ ଲକ୍ଷ୍ମଣ।।


ଶ୍ରୀ ରଘୁନନ୍ଦନ ପ୍ରଭୁ ନର- ନାରାୟଣ 

ଅଧର୍ମ ବିନାଶି କଲେ କୃପାବଲୋକନ।।


ଜଗତ କଲ୍ୟାଣ ପାଇଁ ନେଇ ଅବତାର

ନରଲୀଳା ରଚି ବଧ କଲେ ଲଙ୍କେଶ୍ବର।।


ମାତୃଶକ୍ତି ଉପାସନା ବାସନ୍ତୀ ପୂଜାର

ଚୈତ୍ର ନବରାତ୍ର ମାତା ସିଦ୍ଧିଦାତ୍ରୀଙ୍କ ର।।


ପବିତ୍ର ଦିବସେ ରାବ ନବମୀର ବ୍ରତ

ପାଳନ କରିଲେ ପୁଣ୍ଯ ହୋଇଥାଏ ପ୍ରାପ୍ତ।


ଜାନକୀବଲ୍ଲଭ ରାମ, ଜୟ ଜୟ ରାମ

ଜୀବନର ମୋକ୍ଷପଥ ପ୍ରେମେ ରାମନାମ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract