STORYMIRROR

Samita Swain

Tragedy

4  

Samita Swain

Tragedy

ଜୀବନ ଯାତ୍ରା

ଜୀବନ ଯାତ୍ରା

1 min
458


ସଂଘର୍ଷମୟ ଏ ଜୀବନର ଯାତ୍ରା

 କାମନାର ତୀକ୍ଷ୍ଣ ଧାରେ

ବୃଥା ଆସ୍ଫାଳନ କରୁଥାଏ ନର

  ସଂସାର ସାଗର ତୀରେ।।


ଜୀବନ ନଈରେ ନାବଟି ଭାସୁଛି

  ଅଗମ୍ଯ ଗତି ପଥରେ

ଯନ୍ତ୍ରଣା,ଯାତନା ,ବ୍ୟଥା ବେଦନାର 

   ପ୍ରବହମାନ ଧାରାରେ।।


ବିଚାର,ବିଭ୍ରାଟ ଶେଷ ପରିଣତି 

  ମହାକାଳ ଫଳପରି

ପ୍ରାପ୍ତି,ଅପ୍ରାପ୍ତିର ଦହନରେ ଜଳି

  ନିଶ୍ବାସ ଟି ଯାଏ ସରି।।


ଦେହର ଖୋଳପା ଶବ ହୋଇଯାଏ 

  ଜୀବ ଯାଇ ଥାଏ ଫେରି

ଶ୍ମଶାନ ଜୁଇର ହିସାବ କିତାବ

   ସ୍ବଜନ ଦିଅନ୍ତି ସାରି।।

  

ଜନମାନସରେ ସୁକୀର୍ତ୍ତୀର ଅବା 

  କୁକୀର୍ତ୍ତୀର କଳାକନା

ସଂସାର ଦାଣ୍ଡରେ କେବଳ ଉଡଇ

   କର୍ମରୂପୀ ଧର୍ମବାନା।।


ଧ୍ରୁବସତ୍ଯ ଏକା ଆରମ୍ଭ ଓ ଶେଷ

  ମହାମୃତ୍ଯୁ ନାଗଫାଶ 

ବାନ୍ଧିନେବ କାଳ ସମୟ ଆସିଲେ

   ସଭିଏଁ ତାପାଖେ ବଶ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy