STORYMIRROR

Samita Swain

Classics

4  

Samita Swain

Classics

ଅମୃତର ଅଭିଳାଷେ

ଅମୃତର ଅଭିଳାଷେ

1 min
258

ଋତୁଚକ୍ର ଆବର୍ତ୍ତନ  ଶରତର ଆଗମନ

 ଶାରଦୀୟ ଶୁଭ୍ରଶୋଭା କି ମନୋରମ

ନିର୍ମଳ ଶୋଭା ଜଗତ ମନକରେ ଆକର୍ଷିତ 

 ଅପରୂପ ସୁଷମାରେ ଲାଗେ ଶାଶ୍ଵତ।

  ଲାସ୍ଯମନ୍ଦାକିନୀ ବହିଯାଏ ସତତ

   ଜୋସ୍ନାର ପ୍ରଲେପ ମାଖି  

   କାଶତଣ୍ଡୀ ରହେ ସାଖି 

ଶେତ ଚାମର ଢାଳିକି' କରେ ସ୍ବାଗତ,

ଆସା ଆସ ମହାମାୟୀ ଜଗତ ମାତ।।


ନବକୁସୁମ ସମ୍ଭାର ଅପୂର୍ବ ସେ ସମାହାର 

ମାଦକତା ଭରିଦିଏ ପ୍ରକୃତି ପ୍ରାଣେ।

ପଲ୍ଲବିତ ଲତାମାନ ଫଳପୁଷ୍ପ ହୋଇପୂର୍ଣ୍ଣ 

ସାକାର ଭାବନା ଭରେ ଉଚ୍ଚାଟି ମନ

ସୁରଭିତ ଲାଗେ ସତେ ଧରା ଅଙ୍ଗନ।

ଅମୃତର ଅଭିଳାଷେ ହୋଇମଗନ।।


ବଧୁଲିଫୁଲର ଆଭା ତୋଳୁଥାଏ ବର୍ଣ୍ଣବିଭା

ସୌନ୍ଦର୍ଯ୍ୟ ମଣ୍ତିତ କରି ପରିବେଶକୁ।

ଶ୍ଯାମଳ ଜହ୍ନିବଲ୍ଲରୀ ଲାଗେସବୁଜସୁନ୍ଦରୀ

ବିମୋହିତ କରି ହୃଦ କରେ ହରଣ

ଧରାପରେ ଉପଗତ ମହା ପାର୍ବଣ। 


ଆଧ୍ଯାତ୍ମିକତାର ଭାବ ଅବ୍ଯକ୍ତ ସେ ଅନୁଭବ

ନବରାତ୍ର ନିରାଜନା ନବ ରୂପରେ

ବିଶ୍ବହିତେ ଆସ ମାତା ଦେବୀ ବେଶରେ

ଭବଭୟ ବିନାଶିନୀ ଡାକେ ଅନ୍ତରେ।।


ମାତୃଶକ୍ତି ଆବାହନୀ ପ୍ରଣବ ଓଁକାର ଧ୍ବନି

ପ୍ରତି ହୃଦେ ନିନାଦିତ ମନ ମନ୍ଦିରେ

ଚନ୍ଦାତପ ତଳେ ଉଭା ବିଶ୍ବ ଜନନୀ

ଶକ୍ତିରୂପା ଦୁର୍ଗାମାତା ସେ' ସନାତନୀ।

ପାପତାପ ବିନାଶିନୀ ଦୁର୍ଗନାଶିନୀ

   ମା'ଗୋ ଜଗଜ୍ଜନନୀ।

ତୋର ଶ୍ରୀପାଦପଦ୍ମରେ ଯୋଡେ ମୋକରବେନି

  ସର୍ବରୂପମୟୀ ଦେବୀ ବିଶ୍ବ ମୋହିନୀ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics