ସ୍ବରୂପ ଦୃଶ୍ୟ ହୁଏ ଶୁଭ ବିଚାରରୁ
ସ୍ବରୂପ ଦୃଶ୍ୟ ହୁଏ ଶୁଭ ବିଚାରରୁ
ମୃତ୍ୟୁ ତ ନିଷ୍ଠୁର
ବାଛି ନେଇ କଞ୍ଚା ରଖେ ସେ ପାଚିଲା
ବୁଝେ ନାହିଁ ସାନ ବଡ ।
ଲିଭାଇ ଦିଏ ହସ କାହାର ଓ
ମଥାର ସିନ୍ଦୂର
ଲୁହରେ ଭିଜାଏ ।
ବିନା ନିମନ୍ତ୍ରିତ ଅତିଥି ହୋଇ
ସୁଖ ସଂସାରରେ
ଭରିଦିଏ ଦୁଃଖ ।
ଆଜି ଦେଖ, ମୃତ୍ୟୁ ପାଇଁତ
ସମସ୍ତେ କେମିତି ଆତଙ୍କିତ
ସମଗ୍ର ବିଶ୍ୱବାସୀ ।
ପାପ ପୁଣ୍ୟ କରୁଛେ ବିଚାରେ
ମାନ ଓ ଅପବାଦ
ମୃତ୍ୟୁରେ ସବୁର ନିଶେଷ ।
କାମନାର ବିନାଶରେ ଦୁଃଖର ବିନାଶ
ଆଶା ପ୍ରତ୍ଯାଶା ନ ଥାଏ
ନିଷ୍କାମ ସେବାରେ ।
ସମୂହ କଲ୍ୟାଣ ହୁଏ ଯୁଗେ ଯୁଗେ
ଗୋଷ୍ଠି ଚେତନାରୁ
ଦୁର୍ବଳ ସଵଳ ସହାବସ୍ଥାନରୁ ।
ଚିନ୍ତା ଚେତନାର ପରିବର୍ତ୍ତନରେ
ମଣିଷ ସ୍ବାର୍ଥାନ୍ଧ ହୁଏ
ଗରିମା ଗାରିମା ଭିତରୁ ।
ନିଜର ଉନ୍ନତି ହୁଏ ସମାଜର ଅଗ୍ରଗତିରେ
ସବୁ ଦର୍ଶନର ତତ୍ତ୍ଵ
ଗଣ ଶକ୍ତି ନିୟାମକ ।
ସମାଜେ ଏକତା ସଂହତି ପ୍ରୀତି ଭାବନାରେ
ସୃଜନ କାର୍ଯ୍ୟରେ
ସବୁ ସିଦ୍ଧି ଲାଭ ହୁଏ ।
ନିଜ ସ୍ବରୂପ ଦୃଶ୍ୟମାନ ହୁଏ ନିଜ କର୍ମରୁ
ଶୁଭ ଲାଭ ବିଚାର ଭିତରୁ
ଏଇଠି ସ୍ଵର୍ଗ ଓ ନର୍କ ଭେଦର ।
