Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Budhadeba Nayak

Classics

3  

Budhadeba Nayak

Classics

ସ୍ୱାଗତ ନବବରଷ

ସ୍ୱାଗତ ନବବରଷ

1 min
155


ସ୍ୱାଗତ ଜଣେଇ ସ୍ୱାଗତ କରୁଛି

            ଆସ ହେ ନବ ବରଷ,

  ନେଇ ଆସ ତୁମେ ଅସରନ୍ତି ଖୁସି

           ବିତେଇବାକୁ ଏ ବରଷ ।


  ଅନ୍ୟାୟ, ଦୁର୍ନୀତି, ଦୁଃଖ, କଷ୍ଟ ସବୁ

            କରିନିଅ ତୁମେ ହରଣ                             

  ସୁଖ, ଶାନ୍ତି ନିରାମୟ ପରିବେଶ

            ସୃଷ୍ଟି କର ଆମ ଚରଣ ।


  ବିଗତ ବର୍ଷର ପୀଡ଼ା, ଯନ୍ତ୍ରଣାକୁ

             ଲାଘବ କର ଏ ଧରାରୁ,

  ଏଇ ବରଷଟି ଖୁସିରେ କଟୁ

             ପୁଷ୍ପ ବର୍ଷୁ ଆରମ୍ଭରୁ l


  କୋଡିଏ ରେ ଲୋକ କାଟିଛନ୍ତି ଦିନ

            ଦିନେ ଶୋଷ ଦିନେ ଭୋକ,

  ଏଇ ବରଷରେ ଶସ୍ୟ ପଡ଼ୁ ଝଡ଼ି

           ସଭିଙ୍କର ମେଣ୍ଟୁ ଭୋକ l


  ନୂତନ ପବନେ ଉଡ଼େଇ ନିଅ ହେ

             ବିଶ୍ୱର ଏ ମହାମାରୀ,

  ନୂତନ ବରଷେ ହସର ଲହରୀ

           ମାଡ଼ି ଆସୁ ଢେଉ ପରି l


Rate this content
Log in

Similar oriya poem from Classics