STORYMIRROR

Budhadeba Nayak

Others

3  

Budhadeba Nayak

Others

ଶୀତ ରାଣୀ

ଶୀତ ରାଣୀ

1 min
5

ଚାରିଆଡ଼େ ଅନ୍ଧାର କୁହୁଡ଼ି ସାଥେ 

             ଶୀତଳ ପବନର ଗର୍ଜନ ,

ରାତିର ନିରବତାରେ କାକର ବର୍ଷା କୋହଲା 

             ପାଗରେ ହେମାଳ କମ୍ପନ। 

କୁହୁଡ଼ିର ଛାୟା ପ୍ରକୋପରୁ ବର୍ତ୍ତେ

              ନାହିଁ ସୂର୍ଯ୍ୟର ଲାଲ ରଙ୍ଗ,

ଶୀତଳ ଶୀତ ଦିନ ରାତି ଅଗ୍ନି ସ୍ପର୍ଶ

             ପାଇଁ ଆତୁର ଆମ ସର୍ବାଙ୍ଗ ।

ନିଆଁ ଉହ୍ନେଇ ମାନଙ୍କରେ ନିଆଁ ଲଗାଇ 

              ଶୀତକୁ ବେଖାତିର କରି ,

ଶୀତରେ ଝୁମେ ଏ ଶରୀର ଗୀତ ଗାଈ

              ନିଆଁକୁ ଟିକେ ସ୍ପର୍ଶ କରି  ।

ଶୀତ ଅଳସୁଆ ପ୍ରତ୍ୟେକ ସକାଳରେ

             ଶୀତୁଆ ଶୀତୁଆ ପୀରତି,

ଗୋଧୂଳି ଲଗନେ କାକର ପବନେ 

             ସଞ୍ଜର ମଧୂର ଗୀତି   ।


Rate this content
Log in