STORYMIRROR

Budhadeba Nayak

Romance

3  

Budhadeba Nayak

Romance

ଅକୁହା ଅଭୁଲା ପ୍ରେମ

ଅକୁହା ଅଭୁଲା ପ୍ରେମ

1 min
155

ଭାବ ବିହ୍ଵଳରେ ଆଜି କାହିଁ ମନେ 

        ଜଗି ଉଠେ ସେଇ ପ୍ରେମ ,

ତୁମ ପାଇଁ ସାଥି ଲେଖୁଛି କବିତା

         ଏ ରାତିକୁ ଭାବି ମୁଁ ଦିନ  |

ଆଜି ବି ମୋ ମନେ ହୃଦୟ ସ୍ପନ୍ଦନେ

         ଶୁଭୁଥାଏ ତୁମ ନାମ,

ଭୁଲିହେବ ନାହିଁ ଅତୀତର ସ୍ମୃତି

         ବିଚଳିତ କରେ ମନ  |            

ବରଷିଲେ ମେଘ ଶୁଷ୍କ ତୃଣ ମଧ୍ୟ

         ସବୁଜ କରେ ଏ ଭୁବନ

ଅଦିନିଆ ମେଘ ମନେ ସୃଷ୍ଟି କରେ

         ଅକୁହା ଅଲିଭା ପ୍ରେମ |



Rate this content
Log in

Similar oriya poem from Romance