ଜୀବନ ସାଥି
ଜୀବନ ସାଥି
ତୁମର ସେ ଆଦରତା ଓ କଥାବାର୍ତ୍ତା
କରିଥିଲା ମତେ କିମିଆ,
ସପନ ରାଇଜେ ସ୍ବପ୍ନ ଦେଖୁଥିଲି
ମୁଁ ବର ତୁମେ କନିଆଁ |
ବିବାହର ଋତୁ ଆସିଗଲେ ଥରେ
ତୁମ କଥା ପଡ଼େ ମନେ,
ଖେଳୁଥିଲେ ମିଶି ବାହାଘର ଖେଳ
ଆମର ସେ ପିଲାଦିନେ |
ତୁମେ ହୁଅନ୍ତ କି ମୋ ବାର୍ତ୍ତା ସାଥୀ
ଖାସ୍ ଏଇ ଜନମରେ,
ଜନ୍ମ ଜନ୍ମ ପାଇଁ ବନ୍ଧନ କରନ୍ତି
ଆମ ବିବାହ ବେଦୀରେ |
ସାକ୍ଷୀ ହୋଇଥାନ୍ତା ଆମ ମାଟି ବେଦୀ
ଆମ ବିବାହ ବନ୍ଧନେ,
ଜୀବନ ସାଥି ରୂପେ ତୁମକୁ ପାଇବା
ନାହିଁ ମୋ ଏଇ ଜୀବନେ |