ଭିଜା ଭିଜା ବର୍ଷା ଦିନ
ଭିଜା ଭିଜା ବର୍ଷା ଦିନ
ଶ୍ରାବଣ ମାସର ବରଷା ପାଗରେ
ମନ ଖୋଜେ କିଛି ନୂଆ
ପକୁଡ଼ି କି ବରା , ଚଣା ଭଜା ପାଇଁ
ତୁଣ୍ଡ ଖୋଜୁଥାଏ ରାହା।
ବଡ଼ ବର୍ଷା ନୁହେଁ ଝିପି ଝିପି ମେଘ
ନ ଥାଏ ବିଜୁଳି ଭୟ
ଚାଷୀ କରୁଥାଏ ଭିଜି ଭିଜି ଚାଷ
ଜମିରେ ଥାଏ ତା ଲୟ।
ଟୋପି ତଲାରିିଟେ ମୁଣ୍ଡେ ଢାଙ୍କିଥାଏ
ହାତ ଗୋଡ଼ ଭିଜୁଥାଏ,
ହଳ ଚାଲୁଥାଏ କାକର ଛିଟାରେ
ମନ ମୋ ଦୋହଲି ଯାଏ ।
ଦିନ ସାରା ଭିଜି ଭିଜି ଗାଁ ଦାଣ୍ଡ
ଓଦା ହୋଇ ଯାଇଥାଏ,
ଛୋଟ ଛୁଆମାନେ ଦାଣ୍ଡେ ଭିଜୁଥାନ୍ତି
ଆନନ୍ଦ ଭରି ମନରେ ।
ପାଗ ଦେଇଥାଏ ଫସଲ ବେଉସା
ଘାସ ବଛା ଚାଲିଥାଏ ,
ଭଲ ଫଳ ଆଶାରେ ଚାଷୀ ଦିନସାରା
ପରିଶ୍ରମ କରିଥାଏ ।
ଚାଷୀ କ୍ଷେତ ଏବେ ସବୁଜ ସୁନ୍ଦର
ପନି ପରିବାରେ ଶୋଭା,
କୋବି ବାଇଗଣ ମାଣ୍ଡିଆ ଓ ଧାନ
ଦେଖିବାକୁ ମନଲୋଭା ।
ଗୋପାଳର ମୁହଁ ଦେଖିବା ଆନନ୍ଦ
ରାଗ ତା ନାକ ଉପରେ ,
ବରଷାକୁ ଡରି ଗାଇମାନେ ସବୁ
ଲୁଚନ୍ତି ନିଜ ଗୁହାଳେ ।
ତଥାପି ଗୋପାଳ ସମସ୍ତ ଗାଇଙ୍କୁ
ବଣକୁ ନିଏ ଚରେଇ,
ଭିଜୁଥାଏ ଦେହ ମୁଣ୍ଡକୁ ବଂଚାଏ
ଟୋପି ତଲାରିିଟେ ଥୋଇ ।
ଭିଜା ଭିଜା ବର୍ଷା ମନେ ଦିଏ ଆଶା
ସୁନ୍ଦର ଫସଲ ପାଇଁ
ଚାଷ କରି ଚାଷୀ ଆଶା ରଖିଥାଏ
ସୁଫଳ କି ଚାହିଁ ଚାହିଁ ।
