ନବୋଦୟ
ନବୋଦୟ
ସାତବର୍ଷ ଥିଲା ସାତଜନ୍ମ ପରି
କେଡେ ଆନନ୍ଦରେ ଗଲା ବିତି
ସରଗ ସଦୃଶ ସେ ମହାନ ସ୍ଥାନ
ରହିଗଲା ହୋଇ ସ୍ମୃତି ।
ଭୁଲି କି ପାରିବି ଅଭୁଲା ଅତୀତ
ଛୁଞ୍ଚି ମାରେ ଛାତି ତଳେ,
ସୁବର୍ଣ୍ଣ ଯୁଗକୁ ବୁଝି ହେଲାନାହିଁ
ନବୋଦୟେ ଥିଲାବେଳେ ।
ଆଜି ସେଇ ସବୁ ଦୃଶ୍ୟମାନ ଆଖି
ଆଗରେ ଯାଉଛି ନାଚି ,
ଜୀବନ ପଥରେ ସେଇ ସାତ ବର୍ଷ
ଅଲଗା ରଖିଛି ବାଛି ।
ଧନ୍ୟ ନବୋଦୟ ସମଗ୍ର ଦେଶର
ଗଢ଼ୁଛ ଶ୍ରେଷ୍ଠ ମଣିଷ,
କେତେ ବାଧାବିଘ୍ନ ଆସିଗଲେ ସୁଦ୍ଧା
ତୁଟିବନି ଆମ ବିଶ୍ୱାସ ।
