ମୁଁ କିଛି ଲୁଚାଇବିନି ତୁମକୁ -୨
ମୁଁ କିଛି ଲୁଚାଇବିନି ତୁମକୁ -୨
ଫୁଲ ବଗିଚାରେ ନିତି ଦେଖୁଥିଲି
ରଙ୍ଗ ବେରଙ୍ଗର ଫୁଲ,
ତୁମ ପରି ଫୁଲ ବାସ ଚହଟେଇ
ମନ ମୋର ଚୋରି କଲ |
ବଗିଚାର ଫୁଲ ଠାରୁ ତୁମେ ଥିଲ
ବାସ ଓ ଶୋଭାରେ ନିଆରା,
ମୁଗ୍ଧ ହେଲି ମୁଁ ତୁମ ସୁଗନ୍ଧରେ
ଗୁଣି କଲା ତୁମ ଚେହେରା |
<
br>
ତୁମରି ସେ ତନୁ କୋମଳ କୋମଳ
ଅଧର ତୁମ ଗୋଲାପି,
ଚାହାଣୀ ତୁମର ଦେଉଥିଲା ହାଣି
କ୍ଷଣିକରେ ଗପି ଗପି |
ଫୁଲ ମଧ୍ୟେ ଫୁଲ ତୁମେ ସେଇ ଫୁଲ
ବାସ ରୂପ ତୁମ ଭିନ୍ନ,
ତୁମ ମିଠା କଥା ପ୍ରେମେ ପକାଇଲା
ମତେ ସେ ପ୍ରଥମ ଦିନ |